Masthead

ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଶରୀରରୁ ବାହାରିଥିବା ଗୁଳି ଦେଶୀ ବନ୍ଧୁକର ସୂଚନା । ଦେଶୀ ବନ୍ଧୁକ କେଉଁଠାରୁ ଆସିଛି, ତଦନ୍ତ କରୁଛି ପୋଲିସ । ସିଧା ଗୁଳି ନକରି ସାମାନ୍ୟ ବଙ୍କେଇ କରି ଗୁଳି କରିଥିଲେ । ଡାହାଣ ଛାତି ଉପର ଭାଗରେ ଗୁଳି ବାଜି ମେରୁଦଣ୍ଡରେ ଅଟକିଥିଲା । ବିହାର ମୁଙ୍ଗେର ଅଞ୍ଚଳରୁ ଦେଶୀ ବନ୍ଧୁକ ଗଞ୍ଜାମ ଆସିଥାଏ । ତେବେ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୫୬ ଘଣ୍ଟା ପୁରିଲାଣି । ହେଲେ ଏଯାଏଁ ପୁଲିସ ହାତ ଖାଲି । ତଦନ୍ତ ଚାଲିଛି ବୋଲି ପୁଲିସ କହୁଛି, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ମନ୍ତ୍ରୀ କହୁଛନ୍ତି । ହେଲେ ତଦନ୍ତ କେଉଁ ବାଟରେ ଯାଉଛି ?

ସେପଟେ ହତ୍ୟାକାଣ୍ଡକୁ ନେଇ ଏବେ ଅନେକ ଥିଓରି ସାମ୍ନାକୁ ଆସୁଛି । ପୀତବାସଙ୍କୁ ଗୁଳିମାଡ଼ ପୂର୍ବରୁ ତାଙ୍କ ଚାମ୍ବରରୁ ଘର ପର୍ଯ୍ୟନ୍ତ ରେକି କରିଥିଲେ ଦୁର୍ବୃତ୍ତ । କେମିତି ପୀତବାସଙ୍କୁ କରିବେ ଟାର୍ଗେଟ୍ ପୂର୍ବରୁ କରିଥିଲେ ଯୋଜନା । ହତ୍ୟାକାଣ୍ଡକୁ ନେଇ ପୁଲିସର ଜୋରଦାର ତଦନ୍ତ ଚଳାଇଛି । କୁହାଯାଉଛି ଘଟଣା ଦିନ ରାତି ପ୍ରାୟ ୯ଟା ୩୦ରେ ପୀତବାସ ଚାମ୍ବରରୁ ବାହାରିଥିଲେ । ଭାଗ୍ୟଶ୍ରୀ ହୋଟେଲ ପାଖରୁ ବିରିୟାନି କିଣିସାରି ୯ଟା ୫୫ରେ ବାହାରିଥିଲେ ।

ସେଠାରୁ ଗଳି ମୁଣ୍ଡରେ ପହଞ୍ଚିଲା ବେଳକୁ ପୂର୍ବରୁ ଆତତାୟୀମାନେ ଛକି ରହିଥିଲେ । ଗୋଟିଏ କଳା ରଙ୍ଗର ବାଇକ୍‌ରେ ୨ଜଣ ଧଳା ସାର୍ଟପିନ୍ଧା ଯୁବକ ଅପେକ୍ଷା କରିଥିଲେ । ସେମାନେ କଳା ରଙ୍ଗର ହେଲମେଟ୍‌ ପିନ୍ଧି ଗେଟ୍‌ ବଜାର ଆଡ଼ୁ ଆସିଥିଲେ । ପୀତବାସ ବୈକୁଣ୍ଠନଗର ଗଳି ମୁଣ୍ଡରେ ପହଞ୍ଚିବା କ୍ଷଣି ଅତି ନିକଟରୁ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଗୋକର୍ଣ୍ଣେଶ୍ବର ଗଳି ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ