Masthead

ଜମିବାଡି ବିବାଦ, ୨ ଗାଁରେ ୧୬୩ ଲାଗୁ

ସାନଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ସାନଖେମୁଣ୍ଡିରେ ଜାଗା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । ପାଟପୁର ଥାନାରେ ଲିଖିତ ଏତଲା ଦେଲେ ଉଭୟ ଗୋଷ୍ଠୀ । ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା ପରେ ୨ ଗୋଷ୍ଠୀର ୨୦ ଅଟକ । ହନୁମାନ ବାଟିକା ଜାଗା ପାଇଁ ସିଙ୍ଗିପୁର ଓ ରତ୍ନମଣିପୁର ମଧ୍ୟରେ ଗଣ୍ଡଗୋଳ । ଉଭୟ ଗାଁ ବାସିନ୍ଦା ଓ ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା ଆଧାରରେ ତିନିଟି ମାମଲା ରୁଜୁ କରିଛି ପୋଲିସ । ବିବାଦୀୟ ସ୍ଥଳରେ ବିଏନଏସ୍ ୧୬୩ ଲାଗୁ ହୋଇଛି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି । ଗତକାଲି ଜମି ବିବାଦକୁ ନେଇ ପରସ୍ପର ମଧ୍ୟରେ ଇଟା ପଥର ମାଡ ହୋଇଥିଲା । ଗଣ୍ଡଗୋଳରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଓ ରତ୍ନମଣିପୁର ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତାର ରତ୍ନମଣିପୁରର ହନୁମାନ ବାଟିକା ଜାଗା ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ