ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଭୁଶୁଡୁଛି ମାଓ ଗଡ଼ । ଆତ୍ମସମର୍ପଣ କରିବେ ନକ୍ସଲ । ଜଗଦଲପୁରରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନିକଟରେ ଆତ୍ମସମର୍ପଣ କରିବେ ସମସ୍ତ ନକ୍ସଲ । ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟି ରୁ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିବେ । ଏବେ ଇନ୍ଦ୍ରାବତୀ ନଦୀ ତଟରେ ଏକାଠି ହୋଇଛନ୍ତି ୧୦୦ରୁ ଅଧିକ ନକ୍ସଲ । ଆଜି ଦିନ ୧୧ଟାରେ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଛତିଶଗଡର ବିଜାପୁର ଜିଲ୍ଲାରେ ହେବାକୁ ଥିବା ଏହି ଆତ୍ମସମର୍ପଣ ଇତିହାସରେ ପ୍ରଥମ ବଡ ଆତ୍ମସମର୍ପଣ ହେବ। ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ବନ୍ଧୁକ ନେଇ ଏମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରିତ ହେଉଛନ୍ତି। ତେବେ ସମସ୍ତ ନକ୍ସଲଙ୍କୁ ବସ ଯୋଗେ ଜଗଦଲପୁର ନିଆଯିବ ବୋଲି ଜଣାପଡିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି। ‘ମାଡ୍’ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଛି।
