Masthead

ଅର୍ଥନୀତି ବିଭାଗର ବନ୍ଧୁମିଳନ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳେଶ୍ୱରର ଦୀନକୃଷ୍ଣ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର (୨୦୧୫-୧୮)ବ୍ୟାଚ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଇବଣିଆ ଦୁର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ସମୀର କୁମାର ଦାସ ଯୋଗ ଦେଇ ବନ୍ଧୁମିଳନର ମୂଲ୍ୟବୋଧ ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ରଞ୍ଜନ କୁମାର ମାଝୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୧୫-୧୮ ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ପୁରୁଣା ସ୍ମୃତିକୁ ମାନେ ପକାଇଥିଲେ ।

ଆଗକୁ ପ୍ରତ୍ୟେକ ବର୍ଷ ଏହି ବନ୍ଧୁ ମିଳନ ଉତ୍ସବ ଜାରି ରଖିବା ସହ ଅନ୍ୟ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ କେମିତି ସାମିଲ କରାଯିବ ତା ବିଷୟରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ପୁରାତନ ଛାତ୍ର ଗୌତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସମସ୍ତ ପୁରାତନ ଛାତ୍ର ଓ ଅତିଥି ମାନଙ୍କ ଦ୍ୱାରା ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ହରିଶଙ୍କର ବେହେରା, ରତୀନ୍ଦ୍ର ବିଶ୍ୱାଳ, ରାଜେଶ କୁମାର ଘୋଷ, ସତ୍ୟଜିତ ଜେନା, ରଂଜିତ ବେହେରା, ଜଗନ୍ନାଥ କମିଳା, ସୂର୍ଯ୍ୟକାନ୍ତ ଗିରି, ଦେବବ୍ରତ ଦେ, ଶୁଭଦୀପ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା