Masthead

“ଘୃଣା ବଜାର ଭିତରେ ପ୍ରେମର ଦୋକାନ”

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ):   କର୍ଣ୍ଣାଟକରେ କଂଗ୍ରେସ ରାଜ । ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ଆଜିର ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବିଭିନ୍ନ ନେତାଙ୍କ ସହ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଦେଖିବାକୁ ମିଳିଛି । ଶପଥ ଗ୍ରହଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଆଗାମୀ ୨ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଜନତାଙ୍କୁ କଂଗ୍ରେସ ଦେଇଥିବା ୫ଟି ମୁଖ୍ୟ ପ୍ରତିଶ୍ରୁତି ଆଇନରେ ପରିଣତ ହେବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଯାହା କହିଥାଉ ତାହା କାମରେ କରି ଦେଖାଉ । ଏହାସହ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ କହିଥିଲେ କି ଘୃଣାର ବଜାର ବନ୍ଦ ହେବ ଓ ପ୍ରେମର ଦୋକାନ ଖୋଲିବ । ତାହା ଆଜି ବି ସେ ଦୋହରାଇଛନ୍ତି । ସେ କହିଛନ୍ତି ଘୃଣାର ବଜାର ଭିତରେ ଲକ୍ଷ ଲକ୍ଷ ପ୍ରେମର ଦୋକାନ ଆଜି କର୍ଣ୍ଣାଟକରେ ଖୋଲିଛି । ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କର୍ଣ୍ଣାଟକ ଜନତାଙ୍କୁ ମୋ ତରଫରୁ ଓ କଂଗ୍ରେସ ପାର୍ଟି ତରଫରୁ ହୃଦୟରୁ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ କର୍ଣ୍ଣାଟକବାସୀ ଯେଉଁସବୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ତାହା ଜନତା ଓ ଆମେ ଜାଣିଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି