Masthead

ଭୀଷଣ ରୂପ ନେବ ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ ଧରଣର କ୍ଷତି ପହଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବେଶି ପ୍ରଭାବିତ କରିବ । ୨୭ରୁ ରାଜ୍ୟରେବର୍ଷା ବଢ଼ିବ । ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବା ଆଶଙ୍କା ଅଛି । ପବନ ବହିବ ୬୦-୮୦ କିଲୋମିଟର ବେଗରେ । ୩୦ରୁ ପାଗ କ୍ରମଶଃ ବଦଳିବ । ବଙ୍ଗୋପସାଗରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ମୋନ୍ଥା।

ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ 890 କିଲୋମିଟର ଦକ୍ଷିଣ ପୂର୍ବ ତଥା ଗୋପାଳପୁରଠାରୁ 970 ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଗତ 6 ଘଣ୍ଟା ଧରି ଏହା ଘଣ୍ଟା ପ୍ରତି 8 କିଲୋମିଟର ବେଗରେ ଗତି କରୁଛି।  ଆଜି ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝଡ଼ ମୋନ୍ଥା। 28 ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ଉପକୂଳର କାକାନାଡ଼ାର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁପାରେ ସ୍ଥଳ ଭାଗ।

ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ 90ରୁ 100 କିଲୋମିଟର ବେଗରେ ପବନ ବହିବ। ପବନ ଦଲକା ବେଳେ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ସ୍ଥିତି ମୁକାବିଲା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତିଏନଡିଆରଏଫଓଡ୍ରାଫଅଗ୍ନିଶମ ଟିମକୁ ସଜାଗ ରଖାଯାଇଛି । କୃଷିଜଳସମ୍ପଦଶକ୍ତିପ୍ରାଣୀ ସମ୍ପଦଗ୍ରାମ୍ୟ ଉନ୍ନୟନସ୍ୱାସ୍ଥ୍ୟସମବାୟନଗର ଉନ୍ନୟନ ସହ ସମନ୍ୱୟ ରଖାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ । ଭୂସ୍ଖଳନ ଓ ସହରୀ ବନ୍ୟା ସ୍ଥିତି ମୁକାବିଲା ନେଇ ମଧ୍ୟ ସତର୍କତା ପଦକ୍ଷେପ ନିଆଯାଉଛି । ସରକାର ସବୁ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କେହି ଆତଙ୍କିତ ହୁଅନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା