Masthead

ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ଭକ୍ତଙ୍କ ମୃତ୍ୟୁ 

ପୁରୀ(ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ଅକାଳ ବିୟୋଗ ଘଟିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ଜଣଙ୍କର ଆଶା ଆଶାରେ ରହିଯାଇଛି। ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଯିବା ସମୟରେ ଶ୍ରୀମନ୍ଦିର ସାତପାହଚ ନିକଟରେ ବୃଦ୍ଧ ଜଣଙ୍କ ଟଳି ପଡିବା ସହ ପ୍ରାଣବାୟୁ ଉଡିଯାଇଥିବା ସୂଚନା ମିଳିଛି ।

ତେବେ ଡାକ୍ତରଖାନାରେ ଡାକ୍ତର ପରୀକ୍ଷା କରି ଉକ୍ତ ଭକ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ବୃଦ୍ଧ ଭକ୍ତ ହେଉଛନ୍ତି ନୂଆଦିଲ୍ଲୀର ୭୬ ବର୍ଷୀୟ ମୂଲ ଚାନ୍ଦ ଗୁପ୍ତା । ମିଳିଥିବା ସୂଚନା ଅନୁଯାୟୀ ମୂଳ ଚାନ୍ଦ ଗୁପ୍ତା ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଆସିଥିଲେ। ଶ୍ରୀ ଗୁପ୍ତା ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବ୍ୟାରିକେଡ ଦେଇ ଲାଇନରେ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଲାଇନ୍‌ରେ ଦର୍ଶନ କରିବା ପାଇଁ ଶ୍ରୀ ଚାନ୍ଦ ଅପେକ୍ଷା କରି ରହିଥିଲେ। ସାତ ପାହାଚ ନିକଟରେ ତାଙ୍କ ଦେହ ଅସୁସ୍ଥ ହେବା ସହ ଅଣ ନିସ୍ୱାସୀ ଅନୁଭବ କରିବା ସହ ମୁଣ୍ଡ ବୁଲାଇ ପଡିଯାଇଥିଲେ । ତାଙ୍କୁ ସେଠାରୁ ଆଣି ସଦର ମୁଖ୍ୟ ଚିକିତ୍ସାରେ ଭର୍ତ୍ତି କରିଥିଲେ ।

ହେଲେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ ନିମନ୍ତେ ଶବ ବ୍ୟବଛେଦ ଗୃହକୁ ପଠାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ଅପରପକ୍ଷରେ ପ୍ରଶାସନ ଭକ୍ତମାନଙ୍କୁ ଥାକ ଥାକ କରି ଛାଡୁଛି। ଯାହାଫଳରେ ଗହଳି ହେବା ସହ ଭକ୍ତଙ୍କମାନେ ଅନେକ ସମୟ ଧରି ଲାଇନରେ ଠିଆ ହୋଇ ରହୁଛନ୍ତି । ଗହଳି କାରଣରୁ ଲୋକ ଅଣ ନିଶ୍ୱାସୀ ହୋଇପଡୁଛନ୍ତି । ବିଶେଷ କରି ବୃଦ୍ଧା ବୃଦ୍ଧି ,ଛୋଟ ପିଲାମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ବୟସ୍କ ଲୋକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଉଛି । ସେହିପରି ଥାକ ଥାକ କରି ଭକ୍ତଙ୍କୁ ଛାଡିବା ଅପେକ୍ଷା ଭକ୍ତମାନଙ୍କୁ ବ୍ୟାରିକେଡରେ ଶୃଙ୍ଖଳିତ ଭାବରେ ଛଡାଗଲେ ଗହଳି କିଛି ପରିମାଣରେ କମ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ