Masthead

ପଖାଳ ଖାଇଲେ ବଢ଼ୁଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଖାଳ ଖାଇଲେ ବଢ଼ୁଛି ରୋଗ ପ୍ରତିରୋଧକ ଶକ୍ତି । ଏକଥା ଆମେ ନୁହେଁ । ଭୁବନେଶ୍ୱର ଏମସର ଏକ ଷ୍ଟଡି କହୁଛି । ପଖାଳର ତୋରାଣିରେ ଥିବା ଅଣୁଜୀବ ବିଭିନ୍ନ ଭୂତାଣୁ ସଂକ୍ରମଣରୁ ରକ୍ଷା ଦେଇଥାଏ । ଯାହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ତେବେ ଆଗରୁ ଏହା ଉପର କୌଣସି ବୈଜ୍ଞାନିକ ଗବେଷଣା ହୋଇ ନଥିଲା । ଯେଉଁ କାରଣରୁ ପଖାଳର ଏହି ଗୁଣ ବିଷୟର କାହାରିକୁ ଜଣା ନଥିଲା । ଓଡ଼ିଶାରେ ପ୍ରତିଟି ଘରର ମୁଖ୍ୟ ଓ ପ୍ରିୟ ଖାଦ୍ୟ ପଖାଳ । ଚାଉଳରୁ ଭାତ ରାନ୍ଧି ଏଥିରେ ପାଣି ଦିଆଯାଏ । ଏହାପରେ ଏହାକୁ ରାତି ଯାକ ଘୋଡ଼େଇ ରଖାଯାଏ । ଜଳରେ ଥିବା ମାଇକ୍ରୋବସ ଭାତ ସହ ମିଶି ଏକ କମ୍ପେ୍ଲକ୍ସ ତିଆରି କରେ । ଯାହାଦ୍ୱାରା ଏକ ସର୍ଟ ଚେନ ଫ୍ୟାଟି ଏସିଡ୍ ତିଆରି ହୋଇଥାଏ । ଆଉ ଏହା ତୋରାଣିରେ ଉପଲବ୍ଧ ହୁଏ । ଯାହାକି ଶରୀରକୁ ବାହ୍ୟ ଭୂତାଣୁଙ୍କ ନିକଟରୁ ସୁରକ୍ଷା ଦେଇଥାଏ ।

ଭୁବନେଶ୍ୱର ଏମସର ବଲମୁରୁଗାନ ରାମଦାସ ଏହା ଉପରେ ୨୦୧୯ରୁ ରିସର୍ଚ୍ଚ କରୁଥିଲେ । ୨୦ ପ୍ରକାର ପଖାଳକୁ ନେଇ ସେ ତାଙ୍କର ରିସର୍ଚ୍ଚ କରିଥିଲେ । ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନର ଲୋକଙ୍କ ପାଖରୁ ପଖାଳ ଆଣି ପରୀକ୍ଷା ଆରମ୍ଭ କରିଥିଲେ । ସେହି ପଖାଳ ତୋରାଣୀରେ ମାଇକ୍ରୋବସ ଅଛି କି ନାହିଁ ତା ଉପରେ ହୋଇଥିଲା ରିସର୍ଚ୍ଚ । ଶେଷରେ ପରୀକ୍ଷାରୁ ଜଣାପଡିଥିଲା ତୋରାଣିରେ ଆଣ୍ଟି ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି । ତା ସହ ତୋରାଣିରେ ଥିବା ଲାକ୍ଟୋବ୍ୟାସିଲ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରୁଛି । ବିଶେଷ କରି ଫୁସଫୁସ ଓ ଅନ୍ତନଳୀକୁ ସଂକ୍ରମଣ କରୁଥିବା ଭୂତାଣୁ ନିକଟରୁ ଏହା ଶରୀରକୁ ରକ୍ଷା ଦେଇଥାଏ । ପଖାଳ ଶକ୍ତିର ଉତ୍ସ । ତା ସହ ଏଥିରେ ଆଣ୍ଟି ଭାଇରାଲ ଗୁଣ ରହିଛି ବୋଲି ଏମସର ଷ୍ଟଡିରେ କୁହାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି