ଘନକୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୁହୁଡ଼ି ବଳୟରେ ସୂର୍ଯ୍ୟମନ୍ଦିର। ସୋମବାର ପ୍ରତ୍ୟୁଷରୁ ଘନ କୁହୁଡ଼ି କୋଣାର୍କକୁ ଆଚ୍ଛାଦିତ କରି ରଖିଥିଲା। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡ଼ି ବଳୟରେ ଅଦୃଶ୍ୟ ପ୍ରତୀୟମାନ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ। ରାସ୍ତା ଘାଟ ଏକପ୍ରକାର ଶୂନଶାନ ହୋଇପଡିଥିଲା। ଯାନବାହାନ ଚଳାଚଳରେ ବାଧା ଉପୁଜିଥିଲା। ସେପଟେ ଘନ କୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳକୁ ନେଇ ସମସ୍ୟା ଉପୁଜିଛି ।

ଘନ କୁହୁଡ଼ି ପାଇଁ ବଡ଼ ବଡ଼ ଗାଡ଼ି ରାସ୍ତାରେ ଅଟକି ରହିଛି । ରାସ୍ତା ଦେଖାଯାଉନଥିବା କାରଣରୁ ଆଗକୁ ବଢ଼ିବା ସମ୍ଭବ ହେଉନି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଘନ କୁହୁଡ଼ିର ମଜ୍ଜା ପର୍ଯ୍ୟଟକ ନେଉଥିବାର ଦେଖିବାକୁ ମିଳିଛି । ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକ ମାନେ କୁହୁଡ଼ି ଭିତରେ ସେଲ୍ଫ ନେବା ସହ ମଜ୍ଜାମସ୍ତି କରିବାର ଚିତ୍ର ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ