ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ, ତରବରିଆ ଭାବେ ଶବ ଜାଳିଦେଲେ ପରିବାର ଲୋକେ

ସୋର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଥାନା କେଦାରପୁର ଗ୍ରାମ ର କମ୍ଭୁନାଥ ନାୟକଙ୍କ ୩୦ବର୍ଷୀୟ ପୁଅ ସୁରଞ୍ଜନ ନାୟକଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ତରବରିଆ ଭାବରେ ଶବକୁ ଜାଳିଦେଲେ ପରିବାର ଲୋକ । ଗତକାଲି ରାତିରେ ସୁରଞ୍ଜନ କାମ ସାରି ମଦ୍ୟ ପାନ କରି ଘରକୁ ଫେରିଥିଲେ ।

ଘରେ ଶୋଇଥିବାବେଳେ ପୁଅର ମୃତ୍ୟୁ ହୋଇଥିବା ବାପା ପ୍ରଥମେ ଦେଖିଥିବା କହିଥିଲେ । କିନ୍ତୁ ଏହା ଦେଖିବା ପରେ ପୁଅକୁ ଡାକ୍ତରଖାନା ନନେଇ କିମ୍ବା ପୋଲିସକୁ କୌଣସି ସୂଚନା ନଦେଇ ତରବରିଆ ଭାବରେ ଶବ ଦାହ କରାଯିବା ଘାଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ଖବର ପାଇଁ ସୋର ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ସୁରଞ୍ଜନର ହାଟଚୋକରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହୁଛନ୍ତି । ବାସ୍ତବରେ ମୃତ୍ୟୁର ରହସ୍ୟ ସ୍ପଷ୍ଟ ହୋଇ ନଥିବା ବେଳେ ବିଭିନ୍ନ ଦିଗକୁ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’