Masthead

ଜଳେଶ୍ୱରରେ ବଡ଼ ବାଲି ରେଡ୍

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଗଲା ଜଳେଶ୍ୱର ତହସିଲଦାରଙ୍କ ପାରିବା ପଣିଆ । ତହସିଲଦାରଙ୍କ ଛାତି ଉପରେ ଦିନରାତି ଚାଲିଥିଲା ବେଧଡକ ବାଲି ଚୋରି । ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ହାତରେ ଧରା ପଡ଼ିଗଲା ସବୁ ସତ । ବିନା ଅନୁମତିରେ ଜଳେଶ୍ୱର ଏକ୍ତାଳୀ ଠାରେ ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆ କରୁଥିଲେ ବାଲି ଲୁଟ୍ । ରାତି ଅଧରେ ଜିଲ୍ଲାପାଳ ଅଚାନକ ଛଢାଉ କରି ୩୨ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି ।

ଆହୁରି ଅନେକ ଗାଡି ନେଇ ଚମ୍ପଟ ମାରିଛନ୍ତି ଡ୍ରାଇଭର । ୧୦ ଜଣରୁ ଅଧିକ ବାଲି ବୋଝେଇ ଡ୍ରାଇଭର ଅଟକ ଥିବାବେଳେ ପାଚେରୀ ଡେଇଁ ପଳାଇଲା ବାଲିମାଫିଆ ଅନୁ । ସୂଚନା ଅନୁସାରେ ଜଳେଶ୍ୱରର ବିଭିନ୍ନ ବାଲି ଖାଦାନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲେ ଜିଲ୍ଲାପାଳ । ଏହି ଚଢ଼ାଉରେ ଉପ ଜିଲ୍ଲାପାଳ, ଏସପି, ସ୍ଥାନୀୟ ଥାନା ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ । ଦିନରେ ବାଲି ଉତ୍ତୋଳନ କରି ଏହି ବାଲିକୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଉଥିଲା ।

ଏହାପରେ ରାତି ହେଲେ ବଡ଼ ବଡ଼ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା । ଏନେଇ ଅଭିଯୋଗ ମିଳିବା ପରେ ବଡ଼ ଧରଣର ଚଢ଼ାଉ ହୋଇଥିଲା । ପ୍ରଶାସନ ଏହି ରେଡ୍ ବେଳେ ୩୨ଟି ବାଲି ବୋଝେଇ ଗାଡି ଜବତ କରିଛି । ତେବେ ପ୍ରଶ୍ନ ଉଠୁଛି ଯେ ଏତେବଡ଼ ବାଲି ଲୁଟ୍ ଉପରେ କାହିଁକି ଆଖିବନ୍ଦ କରି ବସିଥିଲେ ଜଳେଶ୍ୱର ତହସିଲଦାର । ନିରବ ବସିବା ପଛରେ କ’ଣ ରହିଛି ତହସିଲଦାରବାବୁଙ୍କ ରହସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି