‘ସବୁ ଜିଲ୍ଲାରେ NEET UG ପରୀକ୍ଷା କେନ୍ଦ୍ର କର’

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ରାଜ୍ୟର ୩୦ ଟି ଜିଲ୍ଲାରେ NEET UG 2021 ପରୀକ୍ଷା କେନ୍ଦ୍ର କରାଇବାକୁ ଓଡିଶା ସରକାର ଏନଟିଏକୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପିକେ ମହାପାତ୍ର ଏହି ଅନୁରୋଧ କରିଛନ୍ତି । ସୋମବାର ପିକେ ମହାପାତ୍ର ଏନଟିଆର ମହାନିର୍ଦ୍ଦେଶକ ଭିନେଟ ଯୋଶୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ଯେ ରାଜ୍ୟର ନିବେଦନକୁ ବିଚାରକୁ ନିଆଯିବା ଉଚିତ । ଓଡିଶାରେ ସାତୋଟି ସହରାଞ୍ଚଳରେ ପରୀକ୍ଷା କେନ୍ଦ୍ର କରିବାକୁ ଏନଟିଏ ବିଜ୍ଞପ୍ତି ପ୍ରକାଶ କରିଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ହେବ ପରୀକ୍ଷା କେନ୍ଦ୍ର ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏନଇଇଟି ୟୁଜି ୨୦୨୧ ପରୀକ୍ଷା ପାଇଁ ଅଳ୍ପ କିଛି ପରୀକ୍ଷା କେନ୍ଦ୍ର କରିଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ଦ୍ୱାରା ବାରମ୍ବାର ଲକଡାଉନ ଏବଂ ସଟଡାଉନ ହେତୁ ଛାତ୍ରଛାତ୍ରୀଙ୍କ ଉପରେ ଆହୁରି ପ୍ରଭାବ ପଡିବ ବୋଲି ପିକେ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଭୌଗଳିକ ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ଆଦିବାସୀ ଅଞ୍ଚଳ ରହିଛି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଏନଇଇଟି ୟୁଜି ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ