Masthead

‘ସବୁ ଜିଲ୍ଲାରେ NEET UG ପରୀକ୍ଷା କେନ୍ଦ୍ର କର’

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ରାଜ୍ୟର ୩୦ ଟି ଜିଲ୍ଲାରେ NEET UG 2021 ପରୀକ୍ଷା କେନ୍ଦ୍ର କରାଇବାକୁ ଓଡିଶା ସରକାର ଏନଟିଏକୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପିକେ ମହାପାତ୍ର ଏହି ଅନୁରୋଧ କରିଛନ୍ତି । ସୋମବାର ପିକେ ମହାପାତ୍ର ଏନଟିଆର ମହାନିର୍ଦ୍ଦେଶକ ଭିନେଟ ଯୋଶୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ଯେ ରାଜ୍ୟର ନିବେଦନକୁ ବିଚାରକୁ ନିଆଯିବା ଉଚିତ । ଓଡିଶାରେ ସାତୋଟି ସହରାଞ୍ଚଳରେ ପରୀକ୍ଷା କେନ୍ଦ୍ର କରିବାକୁ ଏନଟିଏ ବିଜ୍ଞପ୍ତି ପ୍ରକାଶ କରିଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ହେବ ପରୀକ୍ଷା କେନ୍ଦ୍ର ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏନଇଇଟି ୟୁଜି ୨୦୨୧ ପରୀକ୍ଷା ପାଇଁ ଅଳ୍ପ କିଛି ପରୀକ୍ଷା କେନ୍ଦ୍ର କରିଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ଦ୍ୱାରା ବାରମ୍ବାର ଲକଡାଉନ ଏବଂ ସଟଡାଉନ ହେତୁ ଛାତ୍ରଛାତ୍ରୀଙ୍କ ଉପରେ ଆହୁରି ପ୍ରଭାବ ପଡିବ ବୋଲି ପିକେ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଭୌଗଳିକ ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ଆଦିବାସୀ ଅଞ୍ଚଳ ରହିଛି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଏନଇଇଟି ୟୁଜି ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା