Masthead

ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ

ବାହାନଗା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ। ରୋଗୀଙ୍କୁ ନ ଦେଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ଅବଧି ଥିବା ସରକାରୀ ଔଷଧ। ଅବଧି ଥିବା ସରକାରୀ ମାଗଣା ଔଷଧ ରୋଗୀ ଙ୍କୁ ଦେବା ପରିବର୍ତ୍ତେ ରାସ୍ତା ପାର୍ଶ୍ଵ ଅଳିଆ ଗଦା ରେ ଫିଙ୍ଗା ଯିବା ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖନ୍ତାପଡ଼ା ଥାନା ନିମିକି ସଡ଼କ କଣ୍ଟିଆ ଚିରା ନଦୀ ପାର୍ଶ୍ୱରେ। ଏହି ସବୁ ଔଷଧର ଅବଧି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଥିଲେ ବି ଏହାକୁ ଫୋପାଡ଼ି ଦିଆଯାଇଛି ।

ଫୋପଡ଼ା ଯାଇଥିବା ଔଷଧ ଭିତରେ ରହିଛି ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ । ଏହି ସବୁ ଔଷଧ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ରୋଗୀଙ୍କୁ ନ ଦେଇ କାହିଁକି ଓ କିଏ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ମେଡିସିନରେ ଲେଖା ରହିଛି । ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ କାହିଁକି ଔଷଧ ଫିଙ୍ଗିଦିଆଗଲା ଓ କେଉଁଠୁ ଔଷଧ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ