ଟିକା ନେବେ ଗର୍ଭବତୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବହୁ ଅପେକ୍ଷା ପରେ ଏବେ ଆସିଛି ଏକ ଖୁସି ଖବର । କରୋନା ଭ୍ୟାକ୍ସିନକୁ ନେଇ ଏକ ତଥ୍ୟ ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗର୍ଭବତୀଙ୍କ ପାଇଁ ଆସିଛି ଖୁସି ଖବର । କରୋନାରୁ ମୁକ୍ତି ପାଇବା ପାଇଁ ଗର୍ଭବତୀ ମହିଳାମାନେ ନେଇପାରେ ଟିକା । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ନିଆଯାଇଛି । ଗର୍ଭବତୀମାନେ ନାମପଞ୍ଜୀକରଣ କରି କୋଭିଡ ଟିକା ନେଇପାରିବେ, କିମ୍ବା ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କରୋନା ମହାମାରୀର ଦ୍ଵିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି । ଏହି ମାରାତ୍ମକ ଭୁତାଣୁ କାହାକୁ ବି ସଂକ୍ରମିତ କରିପାରେ । ଯେଉଁକାରଣରୁ ସରକାର ସମସ୍ତଙ୍କୁ ଟିକା ନେବା ପାଇଁ କହିଛନ୍ତି। ବର୍ତ୍ତମାନ ଗର୍ଭବତୀ ମହିଳାମାନେ ମଧ୍ୟ କରୋନା ଟିକା ପାଇପାରିବେ । ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଅଧିକାଂଶ ଗର୍ଭବତୀ ମହିଳାଙ୍କର ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ, କିନ୍ତୁ ତାପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ ।

ଗର୍ଭସ୍ଥ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ତେବେ କୋଭିଡ-୧୯ ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳାମାନେ କରୋନା ଟିକା ପାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୩୫ ବର୍ଷରୁ ଅଧିକ ଗର୍ଭବତୀ ମହିଳା, ଯେଉଁମାନଙ୍କର ଅଧିକ ଓଜନ ରହିଛି ଏବଂ ମଧୁମେହ କିମ୍ବା ଉଚ୍ଚ ରକ୍ତଚାପରେ ସମସ୍ୟା ଭୋଗୁଛନ୍ତି, ସେମାନେ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ । ଗାଇଡଲାଇନରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଜଣେ ମହିଳା ଗର୍ଭଧାରଣ ସମୟରେ କୋଭିଡ -୧୯ ର କବଳରୁ ସୁସ୍ଥ ହୋଇଯାଆନ୍ତି, ତେବେ ସେ ଟିକିଏ ଅପେକ୍ଷା କରିପାରିବେ। କିନ୍ତୁ ପ୍ରସବ ପରେ ସେ ତୁରନ୍ତ ଟିକା ପାଇବା ଉଚିତ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ