Before Header

ସମ୍ପତ୍ତି ଗୁଡିକର ତାଲିକା ପ୍ରକାଶ କରନ୍ତୁ କେନ୍ଦ୍ର ସରକାର: ଚିଦାମ୍ବରମ

0 16

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହା ସହ କେନ୍ଦ୍ରର ଜାତୀୟ ବିମୁଦ୍ରୀକରଣ ଯୋଜନା ଉପରେ ପ୍ରଶ୍ନ କରିଥିଲେ । ତେବେ କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା, ସେତେବେଳେ କ୍ଷତିରେ ଚାଲୁଥିବା ସମ୍ପତ୍ତିକୁ ମଧ୍ୟ ବିମୁଦ୍ରୀକରଣ କରିଥିଲା । ହେଲେ ମୋଦି ସରକାରଙ୍କ ନୀତି ସମ୍ପୂର୍ଣ୍ଣ ବିପରୀତ । ଏହା ସହ କଂଗ୍ରେସ କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ କେବେ ବି ମନିଟାଇଜ କରିନଥିଲା ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି କୌଣସି ସମ୍ପତ୍ତିକୁ ବିନିଯୋଗ କରାଯାଏ । ତେବେ ଏହା ନିଶ୍ଚିତ କରିବା ଦରକାର ଯେ ଏହାକୁ ଏକଚାଟିଆ କାର୍ଯ୍ୟ କରାଯିବ ନାହିଁ ।

ଏହା ସହ ବିମାନବନ୍ଦର, ଟେଲିକମ ଏବଂ ବିଦ୍ୟୁତ କ୍ଷେତ୍ରକୁ ଏକାଧିକାର ଠାରୁ ଦୂରରେ ରଖିବା ପାଇଁ ସରକାର କେଉଁ ସବୁ ବ୍ୟବସ୍ଥା କରିଛନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି । ଅପରପକ୍ଷେ ୨୦ଟି ପ୍ରଶ୍ନର ଏକ ତାଲିକା ଦେଖାଇ ସରକାରଙ୍କୁ ସେହି ସମ୍ପତ୍ତିଗୁଡିକର ରାଜସ୍ୱ ପ୍ରକାଶ କରିବାକୁ କହିଛନ୍ତି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ସରକାର କୌଣସି ପରାମର୍ଶ ବିନା କୋଙ୍କଣ ରେଳବାଇ ଓ ଦିଲ୍ଲୀ-ମୁମ୍ବାଇ କରିଡରକୁ ବିକ୍ରି କରିଦେଇଛନ୍ତି । ଏପରିକି ଗୃହରେ ହୋଇଥିବା ବିତର୍କକୁ ମଧ୍ୟ ଅଣଦେଖା କରାଯାଇଥିଲା । ତେବେ ଏସବୁର ଉତ୍ତର ମାଗିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ।

Leave A Reply

Your email address will not be published.