Masthead

ସମ୍ପତ୍ତି ଗୁଡିକର ତାଲିକା ପ୍ରକାଶ କରନ୍ତୁ କେନ୍ଦ୍ର ସରକାର: ଚିଦାମ୍ବରମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହା ସହ କେନ୍ଦ୍ରର ଜାତୀୟ ବିମୁଦ୍ରୀକରଣ ଯୋଜନା ଉପରେ ପ୍ରଶ୍ନ କରିଥିଲେ । ତେବେ କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା, ସେତେବେଳେ କ୍ଷତିରେ ଚାଲୁଥିବା ସମ୍ପତ୍ତିକୁ ମଧ୍ୟ ବିମୁଦ୍ରୀକରଣ କରିଥିଲା । ହେଲେ ମୋଦି ସରକାରଙ୍କ ନୀତି ସମ୍ପୂର୍ଣ୍ଣ ବିପରୀତ । ଏହା ସହ କଂଗ୍ରେସ କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ କେବେ ବି ମନିଟାଇଜ କରିନଥିଲା ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି କୌଣସି ସମ୍ପତ୍ତିକୁ ବିନିଯୋଗ କରାଯାଏ । ତେବେ ଏହା ନିଶ୍ଚିତ କରିବା ଦରକାର ଯେ ଏହାକୁ ଏକଚାଟିଆ କାର୍ଯ୍ୟ କରାଯିବ ନାହିଁ ।

ଏହା ସହ ବିମାନବନ୍ଦର, ଟେଲିକମ ଏବଂ ବିଦ୍ୟୁତ କ୍ଷେତ୍ରକୁ ଏକାଧିକାର ଠାରୁ ଦୂରରେ ରଖିବା ପାଇଁ ସରକାର କେଉଁ ସବୁ ବ୍ୟବସ୍ଥା କରିଛନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି । ଅପରପକ୍ଷେ ୨୦ଟି ପ୍ରଶ୍ନର ଏକ ତାଲିକା ଦେଖାଇ ସରକାରଙ୍କୁ ସେହି ସମ୍ପତ୍ତିଗୁଡିକର ରାଜସ୍ୱ ପ୍ରକାଶ କରିବାକୁ କହିଛନ୍ତି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ସରକାର କୌଣସି ପରାମର୍ଶ ବିନା କୋଙ୍କଣ ରେଳବାଇ ଓ ଦିଲ୍ଲୀ-ମୁମ୍ବାଇ କରିଡରକୁ ବିକ୍ରି କରିଦେଇଛନ୍ତି । ଏପରିକି ଗୃହରେ ହୋଇଥିବା ବିତର୍କକୁ ମଧ୍ୟ ଅଣଦେଖା କରାଯାଇଥିଲା । ତେବେ ଏସବୁର ଉତ୍ତର ମାଗିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି