Masthead

ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନେତା ଭୁଲି ଗଲେ ମଞ୍ଚ ଗାରିମା । ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକଙ୍କ ଆଗରେ ହେଲା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ । ବାଘ, ଛେଳି ଉପାଖ୍ୟାନରେ ଗରମ ହେଲା ଶୀତୁଆ ରାତିର ମଞ୍ଚ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକ ଦେଖିଲେ ମଞ୍ଚ ଉପରେ ନେତାଙ୍କ ଆରୋପ ପ୍ରତ୍ୟାରୋପର ଦୃଶ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ମହୋତ୍ସବରେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ଉଦଜାପନି ସଭାରେ ନିଜ ବକ୍ତବ୍ୟ ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହଠାତ ଉତକ୍ଷିପ୍ତ ହୋଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ । ଏବଂ ତାଙ୍କୁ ମଣ୍ଡେଇ ମହୋତ୍ସବକୁ ଡାକିଛ କି ବୋଲି ପ୍ରଶ୍ନ କରି ଉତକ୍ଷିପ୍ତ ହୋଇଥିଲେ । ସେ ନିଜକୁ ବାଘ ଛୁଆ ବୋଲି ସମ୍ବୋଧିତ କରିଥିଲେ ଏବଂ ପରୋକ୍ଷରେ ଉପସ୍ଥିତ ବିଜେପି ନେତାଙ୍କୁ ଛେଳି ଛୁଆ ବୋଲି ଇଙ୍ଗିତ କରିଥିଲେ ଯାହାକୁ ନେଇ ପରିବେଶ ଉତେଜନାପୂର୍ଣ୍ଣ ହୋଇଥିଲା ।

ଯାହା ଫଳ ସ୍ୱରୂପ ମଞ୍ଚ ତଳେ ଥିବା ବିଜେପି କର୍ମୀମାନେ ମଧ୍ୟ ଉତକ୍ଷିପ୍ତ ହୋଇ ମଞ୍ଚ ତଳୁ ନାରାବାଜି ଦେଇଥିଲେ । କିଛି ସମୟ ପରେ ନିଜ ଅଭିଭାଷଣ ରଖିବାକୁ ଆସି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ବିଧାୟକ ରନ୍ଧାରୀଙ୍କ ବକ୍ତବ୍ୟକୁ ନିନ୍ଦା କରି ଅଭିଯୋଗର କାଉଣ୍ଟର କରି ବିଜେଡି ଶାସନ ଅମଳରେ ୨୪ ବର୍ଷରେ ଯାହା ଜିଲ୍ଲାର ବିକାଶ ହୋଇନଥିଲା ବର୍ତ୍ତମାନ ୧୭ ମାସରେ ଅନେକ ବିକାଶ ହୋଇଛି । ୨୪ ବର୍ଷରେ କିଛି ବିକାଶ କରି ନଥିବାବେଳେ ୧୭ ମାସର ସରକାରଙ୍କୁ ପ୍ରଶ୍ନ କରୁଥିବା ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର