Masthead

୪ଟି ଅତିରିକ୍ତ ଫୋନରେ ଦେଖି ହେବ ହ୍ୱାଟ୍ସଆପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଣିକି ୪ଟି ଅତିରିକ୍ତ ଫୋନରେ ଦେଖିହେବ ହ୍ୱାଟ୍ସଆପ । ହ୍ୱାଟ୍ସଆପ ପକ୍ଷରୁଏହି ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି । ଆସନ୍ତା କିଛିଦିନ ମଧ୍ୟରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏଭଳି ସୁବିଧା ବ୍ୟବହାରକାରୀଙ୍କୁ ମିଳିବ । ସୁରକ୍ଷା ଏବଂ ଗୋପନୀୟତା ସହିତ ବ୍ୟବହାରକାରୀଙ୍କୁ କୌଣସି ସାଲିସ କରିବାକୁ ପଡ଼ିବ ନାହିଁ । ବ୍ୟବହାରକାରୀ ତାଙ୍କର ଆକାଉଣ୍ଟ ସହିତ ୪ଟି ପର୍ଯ୍ୟନ୍ତ ଅତିରିକ୍ତ ସ୍ମାର୍ଟ ଫୋନକୁ ସଂଯୋଗ କରିପାରିବେ । ଏହି ପକ୍ରିୟା ଠିକ ହ୍ୱାଟ୍ସଆପ ୱେବ ଭଳି ହେବ । ବ୍ୟବହାରକରୀ କୁ୍ୟଆରକୋଡ ସ୍କାନ କରି ଏହି ସୁବିଧା ପାଇପାରିବେ ।

ତେବେ କମ୍ପାନି ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଏକ ଓଟିପି ଭିତ୍ତିକ ପ୍ରମାଣ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରୁଛି ବୋଲି କହିଛି । ମେଟା ସିଇଓ ମାର୍କ ଜୁକରବର୍ଗ ଏହି ସୁବିଧା ସମ୍ପର୍କରେ ଅଫିସିଆଲ ପ୍ରସାରଣ ଚ୍ୟାନେଲରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ବ୍ୟାଟେରି ଶେଷ ହୋଇଯାଏ ତେବେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଫୋନରେ ସାଇନ ଇନ କରି ହ୍ୱାଟ୍ସଆପରେ ଚାଟିଂ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯଦି ମୂଳ ଫୋନଟି କିଛି ଦିନ ପାଇଁ ନିଷ୍କି୍ରୟ ହୋଇ ରହେ ତାହାଲେ ଅନ୍ୟ ଫୋନଗୁଡ଼ିକର ହ୍ୱାଟ୍ସଆପ ମଧ୍ୟ ଆପେ ବନ୍ଦ ହୋଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ