Masthead

ଠେଙ୍ଗାରେ ପିଟି ପୁତୁରାକୁ ମାରିଲା ଦାଦା

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଜମିବାଡି ବିବାଦକୁ କେନ୍ଦ୍ରକରି ଠେଙ୍ଗାରେ ପିଟି ପୁତୁରାକୁ ମାରିଦେଲେ ଦାଦା ଓ ତାଙ୍କ ପରିବାର । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମୁଡ ଗାଁରୁ ଏଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ମୃତକ ମଳୟ କୁମାର ମୋଦି । କୁମୁଡ ଗାଁର ଗୋବିନ୍ଦ ଚନ୍ଦ୍ର ମୋଦି ଓ ପିତାମ୍ବର ମୋଦି ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି କୁନେଇ ବିବାଦ ରହିଥିଲା । ବିବାଦକୁ କେନ୍ଦ୍ରକରି ଶନିବାର ରାତିରେ ବଡଭାଇ ଗୋବିନ୍ଦ ଚନ୍ଦ୍ର ମୋଦିଙ୍କ ପୁଅ ମଳୟ ସହ ଭାଇ ପିତାମ୍ବର ମୋଦି ଓ ପୁତୁରା ଆଦିତ୍ୟନାଥ ମୋଦିଙ୍କ ସହ ଝଗଡା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ପିତାମ୍ବର , ଆଦିତ୍ୟ ଓ ଆଦିତ୍ୟଙ୍କ ଦୁଇ ବୋହୂ ଘେରିଯାଇ ମଳୟକୁ ଆକ୍ରମଣ କରିଥିଲେ । ଏକ ଠେଙ୍ଗା ପାହାର ମଳୟ ମୁଣ୍ଡକୁ ବାଜିବାରୁ ଗୁରୁତର ହୋଇ ସେ ତଳେ ପଡିଯାଇଥିଲେ । ଏହି ସମୟରେ ବାପା ଗୋବିନ୍ଦ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ମେଡିକାଲ ଠାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ମଳୟଙ୍କ ମୃତଦେହ ଧରି ଫେରିବାପରେ ଗୋବିନ୍ଦ ନିଜ ସାନଭାଇ ପିତାମ୍ବର ଓ ତାଙ୍କ ପରିବାର ବିରୋଧରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ