Masthead

ଶିଶୁଙ୍କ ଟିକାକୁ ଅନୁମତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାଇଡସ୍ କାଡିଲାର କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି । ୩ ଡୋଜର ଏହି ଟିକାକୁ ଜାଇକୋଭ୍-ଡି ନାଁରେ ବିକଶିତ କରିଛି ଫାର୍ମା କମ୍ପାନୀ ଜାଇଡସ୍ କାଡିଲା । କୋଭାକ୍ସିନ୍ ପରେ ଭାରତର ଦ୍ୱିତୀୟ ଦେଶୀ ଟିକା ଭାବେ ଆସିବ ଜାଇକୋଭ୍-ଡି । ଷଷ୍ଠ ଟିକା ଭାବେ ଦେଶରେ ଜରୁରୀ ବ୍ୟବହାର ପାଇଁ ଏହାକୁ ଅନୁମତି ମିଳିଛି ।

ସବୁଠୁ ବଡ଼ କଥା ହେଉଛି, ୧୨ ବର୍ଷରୁ ଶିଶୁଙ୍କ ପାଇଁ ଏହା ହେବ ଦେଶର ପ୍ରଥମ କରୋନା ଟିକା । ଏହାଛଡ଼ା ଏହା ଏକ ଛୁଞ୍ଚିବିହୀନ ଟିକା । ଅର୍ଥାତ ଟିକା ଦେବା ବେଳେ ଛୁଞ୍ଚିର ଆବଶ୍ୟକତା ହେବନାହିଁ । ଜରୁରୀ ବ୍ୟବହାର ପାଇଁ ଜୁଲାଇ ୧ ରେ ଆବେଦନ କରିଥିଲା ଅହମ୍ମଦାବାଦ ସ୍ଥିତ କାଡିଲା ହେଲଥ କେୟାର ଲିମିଟେଡ୍ । ୫୦ଟି କେନ୍ଦ୍ରରେ ୨୭ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିଥିଲେ ଜାଇଡସ୍ କାଡିଲା । ପରୀକ୍ଷଣରେ ମଧ୍ୟ ସାମିଲ ହୋଇଥିଲେ ୧୨ରୁ ୧୮ ବର୍ଷ ବୟସର ଏକ ହଜାର ପିଲା । ଟିକା ୬୬.୬ ପ୍ରତିଶତ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ