Masthead

ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କିଛି ଘଣ୍ଟାର ଅପେକ୍ଷା । ଆମେରିକାର ଟାରିଫ ଭୟ ଭିତରେ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି କରିବ ଭାରତ । ଏହାର ନାଁ ରହିଛି ମଦର ଅପ ଅଲ ଡିଲସ । ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥରକ ଗଣତନ୍ତ୍ର ଦିବସ ସମାରୋହରେ ଉଭୟ ମୁଖ୍ୟ ଅତିଥି ସାଜିବା ସହ ଆଜି ଭାରତ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଭାରତ-ଇୟୁ ବଡ ଚୁକ୍ତି । ୧୦ଲକ୍ଷ ଭାରତୀୟଙ୍କ ପାଇଁ ଲାଭ ଦାୟକ ହେବ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି । ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର । ୨୦୨୩-୨୪ରେ ବାଣିଜ୍ୟ କାରବାର ୧୩୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ ଆଶା ଥିଲା। ଭାରତ ଓ ଇୟୁ ପ୍ରଥମେ ୨୦୦୭ରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ।

କିନ୍ତୁ ୨୦୧୩ରେ ଆଲୋଚନା ବନ୍ଦ ହୋଇଯାଇଥିଲା। ୨୦୨୨ରେ ଏହା ପୁନଃ ଆରମ୍ଭ ହୋଇଥିଲା। ଭାରତ ୟୁରୋପୀୟ ସଂଘରୁ ଆମଦାନି କରୁଥିବା କାର ଉପରେ ଟିକସ ହ୍ରାସ ସମ୍ଭାବନା ୧୧୦% ଟିକସ କେବଳ ୪୦% ହୋଇପାରେ। ଇୟୁ ସହ ବାଣିଜ୍ୟିକ ଚୁକ୍ତି କରୁଥିବା ତୃତୀୟ ଦେଶ ହେଉଛି ଭାରତ । ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ଚୁକ୍ତି କରିସାରିଛନ୍ତି । ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତ ଉପରୁ ଟାରିଫ ଭାର କମ କରିବା ସହ ୟୁରୋପର ୨୭ ଦେଶରେ ଭାରତ ପାଇଁ ବଜାର ଖୋଲିବ । ତେବେ ଯଦି ଏହି ଡିଲ୍ ସାଇନ୍ ହୁଏ ତେବେ ଉପକୃତ ହେବେ ୧୦ ଲକ୍ଷରୁ ଅଧିକ ଭାରତୀୟ । କାରଣ ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର । ୨୦୨୩-୨୪ରେ ବାଣିଜ୍ୟ କାରବାର ୧୩୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ ଆଶା ଥିଲା । ଭାରତ ଓ ଇୟୁ ପ୍ରଥମେ ୨୦୦୭ରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୩ରେ ଆଲୋଚନା ବନ୍ଦ ହୋଇଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା