Masthead

ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ କ୍ରିକେଟ୍ । ଭାରତ ଓ ଶ୍ରୀଲଙ୍କାରେ T-20 ଦଶମ ସଂସ୍କରଣ ଆୟୋଜନ । କୋଲକାତା ଓ ମୁମ୍ବାଇରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍ । ଆଜି ଶ୍ରୀଲଙ୍କାର କଲମ୍ବୋରେ ମଧ୍ୟ ମ୍ୟାଚ୍‌ ଖେଳାଯିବ। ପୂର୍ବାହ୍ନ ୧୧ଟାରେ କଲମ୍ବୋରେ ପାକିସ୍ତାନ-ନେଦରଲାଣ୍ଡ ମୁକାବିଲା । ଅପରାହ୍ଣ ୩ଟାରେ କୋଲକାତାରେ ୱେଷ୍ଟଇଣ୍ଡିଜ୍‌-ସ୍କଟ୍‌ଲାଣ୍ଡ ଟକ୍କର । ରାତି ୭ଟାରେ ମୁମ୍ବାଇରେ ଆମେରିକା (ୟୁଏସ୍‌ଏ)କୁ ଭେଟିବ ଭାରତ । ଏଥର T-20 ବିଶ୍ବକପ୍‌ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି । ମାର୍ଚ୍ଚ ୮ରେ ଖେଳାଯିବ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍।

୨୦ଟି ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଏହାକୁ ମିଶାଇ ଦ୍ୱିତୀୟ ଥର ଭାରତ ବିଶ୍ୱକପ୍ ଆୟୋଜନ କରୁଛି । ବାଂଲାଦେଶ ଓ ପାକିସ୍ତାନ ବିଶ୍ୱକପ୍‌ରେ ବିବାଦର ଛିଟା ବୋଳିଛନ୍ତି । ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜିଦ୍ କରିଥିଲା । କିନ୍ତୁ ଆଇସିସି ବାରମ୍ବାର ବୁଝାଇବା ସତ୍ତେ୍ୱ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବୁଝି ନଥିଲା ।ଶେଷରେ ବିସିବି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା ଆଇସିସି । ସେମିତି କୌଣସି କାରଣ ନଥାଇ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବ ବୋଲି କହିଛି ।

ବାଦ ବିବାଦ ସତ୍ତେ୍ୱ ବିଶ୍ୱ କ୍ରିକେଟ୍‌ ପ୍ରେମୀ ଫଟାଫଟ କ୍ରିକେଟର ଭରପୁର ରୋମାଞ୍ଚ ନେବାକୁ ଅପେକ୍ଷା କରି ରହିଛନ୍ତି । ଏ ପର୍ଯ୍ୟନ୍ତ ୬ଟି ଦଳ ବିଶ୍ୱ ଟାଇଟଲ ଟେକି ଧରିବାର ସୌଭାଗ୍ୟ ଲାଭ କରିଛନ୍ତି । ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଥରୁଟିଏ ଲେଖାଏଁ ଫାଇନାଲ ଖେଳିଥିଲେ ବି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଛୁଇଁବାର ସ୍ୱପ୍ନ ସାକାର କରିପାରି ନାହାନ୍ତି । ଫେବ୍ରୁଆରୀ ୭ରୁ ଟିଟ୍ୱେଣ୍ଟି ବିଶ୍ୱକପର ଦଶମ ସଂସ୍କରଣ ଆରମ୍ଭ ହେବ । ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ଅହମ୍ମଦାବାଦ) ଓ ଶ୍ରୀଲଙ୍କାର (କଲମ୍ବୋ ଓ କାଣ୍ଡି) ୭ଟି ସହରରେ ୨୦ଟି ଦଳ ମୋଟ୍ ୫୫ଟି ମ୍ୟାଚ୍ ଖେଳିବେ । ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲାଣ୍ଡସ ପ୍ରଥମ ମ୍ୟାଚ୍ ଖେଳିବେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ୨୨ ତାରିଖରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ । ମାର୍ଚ୍ଚ ୪ରେ ପ୍ରଥମ ସେମି ଏବଂ ୫ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା