Masthead

ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣର କଡ଼ା ଜବାବ ଦେଉଛି ଇରାନ । ଇରାନର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ୟୁଏଇର ଦୁବାଇ ସହର। ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ଇରାନର ଇଣ୍ଟରସେପ୍ଟର ଡିଫେନ୍ସ ସିଷ୍ଟମ, ଅନେକ ମିଜାଇକୁ ନଷ୍ଟ କରିଥିବା ଇରାନ ଦାବି କରିଛି। ସେପଟେ କେନ୍ଦ୍ରୀୟ ଇସ୍ରାଏଲରୁ ମଧ୍ୟ ଆସିଛି କ୍ଷୟକ୍ଷତିର ଚିତ୍ର। ଇରାନର ଆକ୍ରମଣରେ ଧ୍ବଂସସ୍ତୁପ ପାଲଟିଛି ଇସ୍ରାଏଲର ବହୁ ଅଞ୍ଚଳ। ବାହାରିନରେ ଥିବା ଆମେରିକୀୟ ନୌସେନାର ମୁଖ୍ୟାଳୟ ନିକଟରେ ଏକ କୋଠା ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ୍।

ସେପଟେ ଖାମେନେଇଙ୍କ ମୃତ୍ୟୁ ପରେ, ଇରାନରେ ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ଏହା ସହ ରେଜା ପହଲାଭି ଖାମେନେଇଙ୍କ ମୃତ୍ୟୁରେ ଖୁସି ହୋଇ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ଖାମେନେଇଙ୍କ ମୃତ୍ୟୁ ଉପରେ ଟ୍ରମ୍ପ କହିଛନ୍ତି, “ଖାମେନି ଆମର ଗୁପ୍ତଚର ସଂସ୍ଥା ଏବଂ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମରୁ ଖସି ଯାଇପାରିବେ ନାହିଁ । ଇରାନ ଲୋକଙ୍କ ପାଇଁ ଏହା ସେମାନଙ୍କ ଦେଶକୁ ଫେରାଇ ନେବାର ସର୍ବୋତ୍ତମ ସୁଯୋଗ । ଆମେ ଶୁଣିଛୁ ଯେ ସେମାନଙ୍କର ଅନେକ IRGC, ସାମରିକ ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷା ଏବଂ ପୁଲିସ ବାହିନୀ ଆଉ ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି ଏବଂ ଆମଠାରୁ ସହାୟତା ମାଗୁଛନ୍ତି । ଯେପରି ମୁଁ ପୂର୍ବରୁ କହିଥିଲି, ସେମାନେ ଏବେ ଏକ ଆରାମ ପାଇପାରନ୍ତି ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ