Masthead

ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

ପାରାଦୀପ(ବଡ଼ ଖବର ବ୍ୟୁରୋ):  ଆଜିଠୁ ଆରମ୍ଭ ହେଲା ମାଛ ଧରିବା ଉପରେ କଟକଣା । ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପାଇଁ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହେଲା କଟକଣା । ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନକୁ ଲକ୍ଷ୍ୟ ରଖି ୨୦୦୫ ମସିହା ଠାରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଏହି ନିୟମ । ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ଦୁଇମାସ ମଧ୍ୟରେ ମାଛ ମାନେ ଅଣ୍ଡାଦାନ କରିବାକୁ ଥିବାବେଳେ ଦୂର ସମୁଦ୍ର ମଧ୍ୟକୁ ୮.୩୦ ମିଟର ବିଶିଷ୍ଟ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ । ଯାହାକୁ ନେଇ ଆଜିଠାରୁ ଲାଗୁ ହୋଇଛି ଏହି ନିୟମ ।

ଉପକୂଳରୁ ଦୂର ସମୁଦ୍ର ଭିତରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଡଙ୍ଗା ଓ ଟ୍ରଲର ମାଛ ଧରିବା ପାଇଁ ଯାଉଥିବା ବେଳେ ଏହି ସମୟରେ ମାଛ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବା ଓ ଯନ୍ତ୍ର ଚାଳିତ ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଥିବାରୁ ଏହି ନିୟମ ଲାଗୁ କରାଯାଇଛି । ଏହି ସମୟ ରେ ପ୍ରସାଶନିକ କଟକଣା ମସ୍ଥ୍ୟଜୀବି , ବ୍ୟବସାୟୀ ଏବ୍ଂ ଟ୍ରଲର ଓ ଡଙ୍ଗା ମାଲିକ ମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଏବେ ବେଶ୍ ଚିନ୍ତିତ । ମାଛ ବ୍ୟବସାୟ ଉପରେ ଅନେକ ଲୋକ ନିର୍ଭରଶୀଳ ହୋଇ ଚାଲୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ସରକାର ସେମାନଙ୍କୁ କ୍ଷତି ଭରଣା ରାଶି ପ୍ରଦାନ କରୁଛନ୍ତି । କିନ୍ତୁ ଅଦ୍ୟାବଧି ଓଡ଼ିଶା ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ସେଭଳି କିଛି ହୋଇନଥିବା ଏବ୍ଂ ଏମାନଙ୍କୁ କ୍ଷତି ଭରଣା କରିବାକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ