Masthead

ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ । ଟାର୍ଗେଟରେ ତୈଳକ୍ଷେତ୍ର । ବାହାରିନର ସର୍ବବୃହତ ଅଏଲ୍ ରିଫାଇନାରୀକୁ ଆଟାକ୍ କରିଛି ଇରାନ୍ । ଏକ ବାଲିଷ୍ଟିକ୍ ମିସାଇଲ୍ ଦ୍ୱାରା ବାହାରିନର ଅଏଲ୍ ରିଫାଇନାରୀ ଉପରେ ଆକ୍ରମଣ ହୋଇଥିବା ସୂଚନା ସୂଚନା ମିଳିଛି । ମିସାଇଲ୍ ମାଡ଼ ପରେ ରିଫାଇନାରୀରେ ଭୟଙ୍କର ନିଆଁ ଦେଖିବାକୁ ମିଳିଛି । ଏହାର ଗୋଟିଏ ୟୁନିଟକୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା ବାହାରିନ୍ ସ୍ବୀକାର କରିଛି। ତେବେ ନିଆଁଙ୍କୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି ।

ଏହି ରିଫାଇନାରୀ ବାହାରିନ୍ ର ସର୍ବବୃହତ ତେଲ ଶୋଧନାଳୟ । ଦିନକୁ ପ୍ରାୟ ୪ ଲକ୍ଷ ବ୍ୟାରେଲ୍ ତେଲ ଏଠାରେ ପ୍ରୋସେସ୍ କରାଯାଇଥାଏ ।  ଏହା ବାହାରିନ୍ ର ଅର୍ଥନୀତିର ଏକ ମୁଖ୍ୟ ଅଂଶ। ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ ଏବେ ଆମେରିକା ଓ ଇସ୍ରାଏଲ ସହଯୋଗୀ ରାଷ୍ଟ୍ରର ଅଏଲ୍ ଓ ଏନର୍ଜି ସେକ୍ଟର ଉପରେ ବଡ଼ଧର ଆକ୍ରମଣ କରୁଛି । ଏହାଦ୍ବାରା ବିଶ୍ୱ ତୈଳ ବଜାରରେ ବଡ଼ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ଗତକାଲି ଇରାନ ୟୁଏଇର ରିଫାଇନାରୀ ଉପରେ ବି ମିସାଇଲ୍ ମାଡ଼ କରିଥିଲା । ଯଦି ଆମେରିକା ଓ ଇସ୍ରାଏଲ ଆକ୍ରମଣ ନ ରୋକିବେ, ତେବେ ସମଗ୍ର ମଧ୍ୟପ୍ରାଚ୍ୟର ତୈଳ କ୍ଷେତ୍ର ଓ ଗ୍ୟାସ୍ ପାଇପଲାଇନକୁ ଧ୍ୱଂସ କରିଦିଆଯିବ ବୋଲି ଇରାନ ଚେତାବନୀ ଦେଇଛି। ଏପଟେ ୭ ଦିନର ଯୁଦ୍ଧରେ କେବଳ ଇରାନରେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏପଟେ ଅପରେସନ୍ ଏପିକ୍ ଫ୍ୟୁରିର ଭୟଙ୍କର ରୂପ । ଇରାନ୍ ନୌସେନାକୁ ଧ୍ବଂସ କରୁଛି ଆମେରିକା । ତିନି ଦିନରେ ଇରାନର ୨୪ଟି ଜାହାଜ ଧ୍ବଂସ କରିଥିବାବେଳେ ଦାବି କଲେ ଟ୍ରମ୍ପ୍ । ଇରାନକୁ ଧମକ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯିଏ ଅସ୍ତ୍ର ନଛାଡ଼ିବ ସିଏ ମୃତ୍ୟୁ ମୁଖରେ ପଡ଼ିବ । ଏପରିକି ଇରାନର ଶୀର୍ଷ କମାଣ୍ଡରମାନଙ୍କୁ ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ୍ ।  ସେ କହିଛନ୍ତି, କେବେ କେହି ଦେଖିନଥିବା ଧ୍ବଂସ ଏବେ ଆମେରିକା କରୁଛି । ପ୍ରତି ଘଣ୍ଟାରେ ଇରାନର ମିସାଇଲକୁ ଧ୍ବଂସ କରାଯାଉଛି । ଆକାଶରେ ଆଟାକ୍ କରିବାକୁ ଇରାନ ପାଖରେ ସୁରକ୍ଷା ନଥିବାବେଳେ ବିମାନ ମଧ୍ୟ ନଷ୍ଟ ହୋଇଯାଇଛି । ଏଣୁ ଇରାନ ଯୁଦ୍ଧ ବନ୍ଦ ନକଲେ ଆଗକୁ ଭୟାବହ ପରିସ୍ଥିତି ହେବ ବୋଲି ଚେତାଇଦେଇଛନ୍ତି ଟ୍ରମ୍ପ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ