Masthead

ବିଜେଡି ସୁପ୍ରିମୋଙ୍କୁ ଚେତାଇ ଦେଲେ ନେତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡିରେ ନବୀନଙ୍କର କମୁଛି ଦବଦବା! ସଭାପତି ଥାଇ ବି ନୀରବ! ପରାଜୟ ପରେ ନେତା ଦେଉଛନ୍ତି ପରାମର୍ଶ । କିନ୍ତୁ ଗ୍ରହଣ କରିବାରେ କୁନ୍ଥୁକୁନ୍ଥୁ ନବୀନ! ୨୪ବର୍ଷ ସରକାରରେ ନେତାଙ୍କୁ କରିଥିଲେ ଅକାମୀ? ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କୁ ନଥିଲା ଖାତିର । ଅଣଓଡ଼ିିÿଆ ପ୍ରେମରେ ବୁଡି ରହୁଥିଲେ ବିଜୁ ନନ୍ଦନ! ବାପାଙ୍କ ଛବିରେ ରାଜ୍ୟରେ ନିଜର ବିସ୍ତାର କରିଥିଲେ କାୟା । କିନ୍ତୁ ବିଗତ କିଛି ବର୍ଷ ନବୀନଙ୍କ ଆଭିମୁଖ୍ୟ ଭିନ୍ନ । ଅଫିସରଙ୍କ ଉପରେ ଅଜସ୍ର ଭରଷା କରି ସତ୍ତା ଚଲାଇବା । ନେତାଙ୍କ କ୍ଷମତାକୁ ଗୌଣ କରି ଅଣ ଓଡ଼ିଆ ଅଫିସରଙ୍କୁ ଦଳର ମଙ୍ଗ ଧରାଇବା ଦଳକୁ ବୁଡାଇଛି । ପାଣ୍ଡିଆନଙ୍କୁ ନେଇ ଏବେ ଅଡୁଆରେ ନବୀନ! ନିଜ ବାସଭବନରେ ସ୍ଥାନ ଦେଇ ନେତାଙ୍କର ମୁଖିଆ ବନାଇ ବଢାଉଛନ୍ତି ଅଡୁଆ । ଆଉ ମୁଣ୍ଡ ପାତି ପାଣ୍ଡିଆନଙ୍କ ହୁକୁମ ସହ୍ୟ କରିବାକୁ ନାରାଜ ବିଜେଡି । ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି ଦଳକୁ ନେଇ ନବୀନଙ୍କୁ ପରାମର୍ଶ ଦେଇଛୁ । ବିଜେଡିରେ ପାଣ୍ଡିଆନଙ୍କ ଆଧିପତ୍ୟକୁ ନେଇ ନେତା ନେତାଙ୍କ ଭିତରେ ଗୃହଯୁଦ୍ଧ ।

ଅମଙ୍ଗ ନେତା, ହତାସ୍ ନବୀନ! ଅବୁଝାଙ୍କୁ ବୁଝାଇବା ପଡୁଛି ମହଙ୍ଗା । ପରାମର୍ଶ ଦେବା ଆରମ୍ଭ କଲେଣି ନେତା । ହେଲେ ଶୁଣି ବି ନ ଶୁଣିଲା ପରି ବାହାନା କରିଲେ କି ନବୀନ । ପଦ୍ମନାଭ ବେହେରାଙ୍କ ବୟାନ ଖୋଲିଦେଲା ନବୀନ-ନେତାଙ୍କ ଭିତରେ ନବୀନ ନିବାସରେ ଘଟୁଥିବା ଗୁମର । ପଦ୍ମନାଭ କହିଛନ୍ତି ଆମେ ଦଳ ଭଲ ନେଇ ସୁପ୍ରିମୋଙ୍କୁ ଅନେକ ପ୍ରସ୍ତାବ ଦେଇଛୁ କିଛିଟା ପୂରଣ ହୋଇଛି ଆହୁରି କିଛି ରହିଯାଇଛି । ପାଣ୍ଡିଆନଙ୍କ ପାଇଁ ଡେଲି ଡେଲି ଲାଂଛନାର ଶିକାର ହେଉଛନ୍ତି ବିଜେଡି ନେତା । ଅଣ ଓଡ଼ିÿିଆଙ୍କ ଗୁମାସ୍ତା, ଟ୍ରାଫିକ ପୋଲିସ ଓ ଟେଣ୍ଟ ବନ୍ଧାର ଆଖ୍ୟା ପାଉଛନ୍ତି ନେତା । ସତ୍ତା ସମୟରେ ଆଗକୁ ଆସି କରୁଥିଲେ ଡିଫେଣ୍ଡ ହେଲେ ହାରିବା ପରେ ମୁଣ୍ଡାଇଛନ୍ତି କଳଙ୍କ । ନା ପୋଛି ପାରୁଛନ୍ତି କଳଙ୍କ ନା କହିପାରୁଛନ୍ତି କାହାକୁ ଅକୁହା ବ୍ୟଥା । କିନ୍ତୁ ଏବେ ପଦ୍ମନାଭଙ୍କ ମତରୁ ଲାଗୁଛି ସତେ ଯେମିତି କିଛି ଯୋଜନା କରୁଛନ୍ତି ବିଜେଡି ନେତା । ନବୀନ ନରଖିଲେ ନେତାଙ୍କ କଥା, ବାଛି ପାରନ୍ତି ଅନ୍ୟ ରାସ୍ତା । ପାଣ୍ଡିଆନ ଛାପ ହଟାଇବା ପାଇଁ ହୋଇପାରେ କିଛି ବଡ଼ ହଲଚଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା