Masthead

108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଭୁଷୁଡୁଛି ଲାଲ୍ ଗଡ । ମାଲକାନଗିରି ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାର ଜଗଦଲପୁର ଠାରେ ଆଜି 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ପେଶାଲ ଜର୍ଣ୍ଣାଲ କମିଟିର ସଦସ୍ୟ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ 6 ଜଣ  DVCM ମେମ୍ବର, 3 ଜଣ କମ୍ପାନୀ ମେମ୍ବର, 18 ଜଣ PPCM ମେମ୍ବର, 23 ଜଣ ACM ଓ 56 ଜଣ ପାର୍ଟି ମେମ୍ବର ରହିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 3 କୋଟି 95 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

101 ଟି ଅତ୍ୟାଧୁନିକ ବନ୍ଧୁକ ସହ ଏମାନେ ଛତିଶଗଡ ଗୃହ ମନ୍ତ୍ରୀ ବିଜୟ ଶର୍ମା ଓ ପୋଲିସ ମହାନିର୍ଦେଶକ ଅରୁଣ ଦେବ ଗୌତମ ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଯାକ ମଧ୍ୟରେ ରହିଛି 7ଟି AK47, 11ଟି INSAS, 5ଟି SLR ଔ 6ଟି LMG ବନ୍ଧୁକ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 37 ଜଣ ବିଜାପୁର ଜିଲ୍ଲାର ହୋଇଥିବା ବେଳେ 3 ଜଣ କାଙ୍କେର, 4 ଜଣ ନାରାୟଣପୁର, 16 ଜଣ ବସ୍ତର, 18 ଜଣ ସୁକୁମା ଓ 30 ଜଣ ଦନ୍ତେୱାଡା ଜିଲ୍ଲାର ବୋଲି ଜଣାପଡିଛି ।

ଏମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ବିଜାପୁର ଜିଲ୍ଲାରେ ଏକ ମାଓ ଡମ୍ପକୁ ଠାବ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୂ ମିଳିଛି 3 କୋଟି 60 ଲକ୍ଷ ଟଙ୍କା ଓ 1 କିଲୋଗ୍ରାମ ସୁନା । ପୂର୍ବରୁ ଛତିଶଗଡ ରେ ମାଓବାଦୀଙ୍କ 30 ଟି ଏରିଆ କମ୍ପାନୀ ରହିଥିବା ବେଳେ 26 ଟି କମ୍ପାନୀ ଆତ୍ମସମର୍ପଣ କରିସାରିଛନ୍ତି । ବାକି 4 ଟି ଏରିଆ କମିଟି 31 ମାର୍ଚ୍ଚ ପୂର୍ବରୁ ଆତ୍ମସମର୍ପଣ କଳିବେ ବୋଲି ଛତିଶଗଡ ଗୃହ ମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..