ହର୍ମୁଜ ଉପରେ ବଢିଲା ସଙ୍କଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହର୍ମୁଜ ଉପରେ ବଢିଲା ସଙ୍କଟ। ଆଜିଠାରୁ ଇରାନ ଜାହାଜକୁ ଅବରୋଧ କରିବ ଆମେରିକା। ପିସ୍ ଟକ୍ ବିଫଳ ହେବା ପରେ ଆମେରିକା କେନ୍ଦ୍ରୀୟ କମାଣ୍ଡ ଏନେଇ ବଡ଼ ଘୋଷଣା କରିଛି । ପାକିସ୍ତାନରେ ଆଲୋଚନା ବିଫଳ ଘୋଷଣା ହେବା ମାତ୍ରେ ଆମେରିକା ହର୍ମୁଜରୁ ମାଇନ୍‌ ହଟାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଗତରାତିରୁ ଅଭିଯାନ ଆରମ୍ଭ କରିଛି। ଟ୍ରମ୍ପ ‘ଟ୍ରୁଥ୍‌’ରେ କହିଛନ୍ତି, ନୌସେନାର ଅବରୋଧ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଇରାନ ଯଦି ଆମେରିକା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ଜାହାଜ ଉପରକୁ ଗୁଳି ଚଳାଇବ, ତେବେ ଏହାକୁ ଉଡ଼ାଇ ଦିଆଯିବ।

ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଏହି ଅବରୋଧ ଅଭିଯାନରେ ଅନ୍ୟ ଦେଶମାନେ ମଧ୍ୟ ସଂପୃକ୍ତ ହେବେ।  ଇରାନ ଆଲୋଚନା ବିଫଳ ହେବା ପରେ ବିଶ୍ବ ତୈଳ ବଜାର ପାଇଁ ସଙ୍କଟ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ପୁଣି ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ଉପୁଜିଛି। ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହେଲେ ଭାରତରେ ତେଲ ଓ ଗ୍ୟାସ୍‌ ସଙ୍କଟ ସୃଷ୍ଟି ହୋଇପାରେ। କାରଣ ଏହି ବାଟ ଦେଇ ଭାରତ ପ୍ରତିଦିନ ୨.୫-୨.୭ ନିୟୁତ ବ୍ୟାରେଲ୍‌ ତେଲ ଆମଦାନି କରୁଛି। ଭାରତକୁ ମୁଖ୍ୟତଃ ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓ କୁଏତ୍‌ରୁ ତେଲ ଓ ଗ୍ୟାସ୍‌ ଆସିପାରିବ ନାହିଁ। ଯୁଦ୍ଧ ପାଇଁ ଏମିତିରେ ବି ଦେଶରେ ତେଲ ଓ ଗ୍ୟାସ୍‌ର ଅଭାବ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ