Masthead

ହର୍ମୁଜ ଉପରେ ବଢିଲା ସଙ୍କଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହର୍ମୁଜ ଉପରେ ବଢିଲା ସଙ୍କଟ। ଆଜିଠାରୁ ଇରାନ ଜାହାଜକୁ ଅବରୋଧ କରିବ ଆମେରିକା। ପିସ୍ ଟକ୍ ବିଫଳ ହେବା ପରେ ଆମେରିକା କେନ୍ଦ୍ରୀୟ କମାଣ୍ଡ ଏନେଇ ବଡ଼ ଘୋଷଣା କରିଛି । ପାକିସ୍ତାନରେ ଆଲୋଚନା ବିଫଳ ଘୋଷଣା ହେବା ମାତ୍ରେ ଆମେରିକା ହର୍ମୁଜରୁ ମାଇନ୍‌ ହଟାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଗତରାତିରୁ ଅଭିଯାନ ଆରମ୍ଭ କରିଛି। ଟ୍ରମ୍ପ ‘ଟ୍ରୁଥ୍‌’ରେ କହିଛନ୍ତି, ନୌସେନାର ଅବରୋଧ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଇରାନ ଯଦି ଆମେରିକା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ଜାହାଜ ଉପରକୁ ଗୁଳି ଚଳାଇବ, ତେବେ ଏହାକୁ ଉଡ଼ାଇ ଦିଆଯିବ।

ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଏହି ଅବରୋଧ ଅଭିଯାନରେ ଅନ୍ୟ ଦେଶମାନେ ମଧ୍ୟ ସଂପୃକ୍ତ ହେବେ।  ଇରାନ ଆଲୋଚନା ବିଫଳ ହେବା ପରେ ବିଶ୍ବ ତୈଳ ବଜାର ପାଇଁ ସଙ୍କଟ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ପୁଣି ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ଉପୁଜିଛି। ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହେଲେ ଭାରତରେ ତେଲ ଓ ଗ୍ୟାସ୍‌ ସଙ୍କଟ ସୃଷ୍ଟି ହୋଇପାରେ। କାରଣ ଏହି ବାଟ ଦେଇ ଭାରତ ପ୍ରତିଦିନ ୨.୫-୨.୭ ନିୟୁତ ବ୍ୟାରେଲ୍‌ ତେଲ ଆମଦାନି କରୁଛି। ଭାରତକୁ ମୁଖ୍ୟତଃ ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓ କୁଏତ୍‌ରୁ ତେଲ ଓ ଗ୍ୟାସ୍‌ ଆସିପାରିବ ନାହିଁ। ଯୁଦ୍ଧ ପାଇଁ ଏମିତିରେ ବି ଦେଶରେ ତେଲ ଓ ଗ୍ୟାସ୍‌ର ଅଭାବ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨