Before Header

ଫେକ୍‌ ଭିଡିଓ ନେଇ ଶାହଙ୍କ ନିଶାନା

0 1,208

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫେକ୍‌ ଭିଡିଓ ପ୍ରସଙ୍ଗରେ କଂଗ୍ରେସକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଟାର୍ଗେଟ୍‌ । ଗୌହାଟୀରେ ପ୍ରେସମିଟ୍‌ କରି କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ । କହିଛନ୍ତି ସମାନଙ୍କର ନିରାଶା ଏତେ ତଳକୁ ଯାଇଛି ଯେ ଫେକ୍‌ ଭିଡିଓ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଫେକ୍‌ ଭିଡିଓ ଫରୱାଡ କରୁଛନ୍ତି । ଏଥିରୁ ସେମାନେ କେତେ ହତୋତ୍ସାହିତ ତାହାର ପ୍ରମାଣ ମିଳୁଛି ।

ରାହୁଲ କଂଗ୍ରେସ କଥା ବୁଝିବା ଦିନରୁ ରାଜନୀତିକୁ ଏତେ ତଳକୁ ନେଇଛନ୍ତି । ଫେକ୍‌ ଭିଡିଓ ଜରିଆରେ ଲୋକପ୍ରିୟତା ଉଦ୍ୟମ ନିନ୍ଦନୀୟ । କୌଣସି ପ୍ରମୁଖ ରାଜନୈତିକ ଦଳ ପୂର୍ବରୁ ଏପରି କାମ କରି ନ ଥିଲେ ।

Leave A Reply

Your email address will not be published.