Masthead

ପ୍ରେମିକ ସାଜିଲା ସଇତାନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କାଠିଆପଡ଼ା ଗାଁ ନିକଟସ୍ଥ ବିଲରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବତୀଙ୍କ ମତୃଦେହ ମିଳିବା ଘଟଣା । ହତ୍ୟାକାରୀକୁ ସନ୍ଧାନ ଲଗାଇବାରେ ସଫଳ ହୋଇଛି ଜଗତସିଂହପୁର ପୁଲିସ । ଅଭିଯୁକ୍ତ ପପୁକୁ ଝାଡ଼ଖଣ୍ଡର ଜାମସେଦପୁରରୁ ଉଠାଇ ଆଣିଛି ସ୍ପେଶାଲ୍ ସ୍କାଡ୍ । ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ବୋଲି କୁହାଯାଉଛି । ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଥିବା ବେଳେ ସିନ୍ ରିକ୍ରିଏସନ ପାଇଁ ପ୍ରସ୍ତୁତ ହେଉଛି ।

ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ନିର୍ବଦ୍ଧ ହେବା ପରେ ରକ୍ତମୁଖା ହୋଇଥିଲା ପ୍ରେମିକ । ପ୍ରେମିକାକୁ ଘରୁ ଡାକିନେଇ ମୁଗ ବିଲରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ୧୯ ତାରିଖରେ ନିର୍ବନ୍ଧ ହୋଇଥିଲା । ସେ ୨୦ ତାରିଖରେ ମାମୁଁ ଘରୁ ଫେରିଥିଲେ । ତେବେ ସଂଧ୍ୟାରେ ତାଙ୍କୁ କେହି ଘରୁ ଡାକି ନେଇଥିଲେ । ଏହାପରେ ଯୁବତୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ ।

ପରଦିନ କାଠିଆପଡ଼ା ଗାଁ ନିକଟସ୍ଥ ବିଲରୁ ଯୁବତୀଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ତେବେ ବୁଧବାର ଜଗତସିଂହପୁର ପୁଲିସର ସ୍ପେଶାଲ ସ୍କାଡ୍ ଅଭିଯୁକ୍ତ ପ୍ରେମିକକୁ ଝାଡ଼ଖଣ୍ଡରୁ ଗିରଫ କରିଛି । ପୁଲିସ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ଅଧିକ ପଚରାଉଚରା କରୁଛି । ଅନ୍ୟପଟେ ଆଜି ଘଟଣାର ସିନ୍ ରିକ୍ରିଏସନ ହେବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ