Before Header

ମହିଳା ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି ତାଲିବାନ

0 27

କାବୁଲ(ବଡ଼ ଖବର ବ୍ୟୁରୋ):  ନିଷ୍ଠୁର ତାଲିବାନର ଅସଲ ଚେହେରା ଏବେ ପଦାକୁ ଆସିଛି । ସରକାର ଗଠନ କରି କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି କ୍ରୁର ତାଲିବାନ ସରକାର । ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଥିବା ମହିଳାଙ୍କୁ ବି ଛାଡୁନି ନିଷ୍ଠୁର ତାଲିବାନ । ମାଡମାରି ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି । ଏପରିକି ମହିଳାଙ୍କ ଆନ୍ଦୋଳନକୁ କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ନିୁଷ୍ଠୁର ତାଲିବାନ । କିଛି ଦିନ ପୂର୍ବେ ତାଲିବାନ ସରକାର ବିରୋଧରେ କିଛି ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ୨ ଫଟୋ ସାମ୍ବାଦିକ ଏହି ଖବର ସଂଗ୍ରହ କରୁଥିବା ବେଳେ ତାଲିବାନର ଶିକାର ହୋଇଥିଲେ । ତାଲିବାନ ସେମାନଙ୍କୁ ପଶୁପରି ପିଟିବା ସହ ଥାନାକୁ ନେଇ ଲୁହା ରଡରେ ପିଟିଥିଲେ ।

ଏକ ପ୍ରେସ ବିବୃତିରେ ତାଲିବାନୀ ସରକାରଙ୍କୁ ଅପିଲ କରି ସଂଯୁକ୍ତ ରାଷ୍ଟ୍ର ହାଇକମିଶନର କହିଛନ୍ତି, ତାଲିବାନୀମାନେ ମହିଳା ଓ ସାମ୍ବାଦିକଙ୍କ ଉପରେ ଆତଙ୍କୀ ବଳ ପ୍ରୟୋଗ କରନ୍ତୁ ନାହିଁ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଉଥିବା ମହିଳାଙ୍କ ଉପରେ ତାଲିବାନୀ ନିଜ ରାଗ ଶୁଝାଉଛି । ଏହା ସହ ସାମ୍ବାଦିକମାନଙ୍କୁ ବି ମନ ଇଚ୍ଛା ମାଡ ମାରୁଛନ୍ତି । ତେଣୁ ଏପରି ନିର୍ଯାତନା ସେମାନଙ୍କୁ ନ ଦେବା ପାଇଁ ସଂଯୁକ୍ତ ରାଷ୍ଟ୍ର ହାଇକମିଶନର ତାଲିବାନୀ ସରକାରଙ୍କୁ ଅପିଲ କରିଛନ୍ତି ।

ତାଲିବାନ ସରାକର ଗଢିବା ପରେ ନିଜ କ୍ୟାବିନେଟରେ ମହିଳାମାନଙ୍କୁ ସ୍ଥାନ ଦେଇ ନାହିଁ । କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ କ୍ଷମତାକୁ ପାଦରେ ଦଳିମକଚି ରଖିଦେଇଛି ନିଷ୍ଠୁର ତାଲିବାନ । ଶିକ୍ଷା କ୍ଷେତ୍ରରେ ବି ଲଗାଯାଇଛି ପ୍ରତିବନ୍ଧକ । ପୁଅ ଓ ଝିଅ ଏକାଠି ବସି ପଢିପାରିବେନି ବୋଲି ଲଗାହୋଇଛି କଟକଣା ।

Leave A Reply

Your email address will not be published.