Masthead

ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା

ସୌମ୍ୟରଞ୍ଜନ ହତ୍ୟା ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା , ଘଟଣାସ୍ଥଳରେ ପହଞ୍ଚିଲେ ମହିଳା କମିସନ । କହିଲେ , ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବୁ । ସାକ୍ଷୀ ପ୍ରମାଣ ବୟାନ ଆଧାରରେ ତଦନ୍ତ ହେବ । ପୀଡ଼ିତାଙ୍କୁ ଭେଟିବା ପରେ ମୃତ ସୌମ୍ୟରଞ୍ଜନଙ୍କ ଘରକୁ ଯିବୁ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ , ଯେତେ ବଡ଼ ଲୋକ ହେଲେ ବି କାହାକୁ ଛଡ଼ାଯିବନି । ସେପଟେ ମୁହଁ ଖୋଲିଲେ ଅଭିଯୋଗକାରୀ ଯୁବତୀ , ଘଟଣା ଦିନ କ’ଣ ଘଟିଥିଲା ବଖାଣିଲେ ।

ଏହି ଘଟଣାକୁ ନେଇ ଗତକାଲି ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଯେପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ପୁଲିସ୍‌ ମୁଖିଆଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି ।ସୂଚନା ଥାଉକି, ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଘଟଣାସ୍ଥଳକୁ ଆସିବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ 🔴 ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା 🔴 ଭିଜିଲାନ୍ସ ଜାଲରେ CDCA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି