Masthead

ପବନରେ ଉଡ଼ିଗଲେ ବ୍ୟକ୍ତି!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ପବନ ଭୟଙ୍କର ତାଣ୍ଡବ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ରାଜ୍ୟରେ ଝଡ଼, ବଜ୍ରପାତ ଏବଂ ବର୍ଷା ଯୋଗୁଁ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବହୁ ସଂଖ୍ୟକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ପ୍ରୟାଗରାଜ, ଭାଦୋହୀ, ଫତେହପୁର ଏବଂ ସୋନଭଦ୍ର ସମେତ ଅନେକ ଜିଲ୍ଲା ଧ୍ୱଂସପ୍ରାପ୍ତ ହୋଇଛି। ମଣିଷ ଏବଂ ପଶୁ ଉଭୟଙ୍କ ମୃତ୍ୟୁର ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି। ଏସବୁ ମଧ୍ୟରେ, ଉତ୍ତର ପ୍ରଦେଶର ବରେଲିରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଝଡ଼ ଯୋଗୁଁ ଜଣେ ବ୍ୟକ୍ତି ବାୟୁରେ କିଛି ଫୁଟ ଉଚ୍ଚରେ ଉଡ଼ୁଥିବାର ଦେଖାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଉତ୍ତର ପ୍ରଦେଶରେ ହୋଇଥିବା ଭୟଙ୍କର ଝଡ଼ ଏବଂ ବର୍ଷା ବରେଲି ଜିଲ୍ଲାରେ ମଧ୍ୟ ତାଣ୍ଡବ ରଚିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖାଯାଉଛି ଯେ ପ୍ରବଳ ଝଡ଼ ଯୋଗୁଁ ଜଣେ ବ୍ୟକ୍ତି ଏକ ଟିଣ ସେଡ୍ ସହିତ ପବନରେ ଉଡ଼ି ଯାଉଛନ୍ତି। ବୁଧବାର ପ୍ରବଳ ଝଡ଼, ବର୍ଷା ଯୋଗୁ ଅତି କମରେ ୬୦ ଜଣ ଲୋକଙ୍କ ଜୀବନ ଯାଇଛି । ଉତ୍ତର ପ୍ରଦେଶର ପ୍ରୟାଗରାଜ, ପ୍ରତାପଗଡ଼, ଭଦୋହି, ଫତେହପୁର, ଉନ୍ନାଓ, କାନପୁର ଦେହାତ, ଚନ୍ଦୌଲି, ସୋନଭଦ୍ର ଓ ବଦୌନ ସମେତ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।  ପ୍ରୟାଗରାଜରେ ଝଡ଼ ପରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।

ଘର ଭାଙ୍ଗି ଏବଂ ଗଛ ପଡ଼ି ପ୍ରଗୟାଗରାଜ ଅଞ୍ଚଳରେ ୧୭ ଜଣ,  ଭଦୋହି ଜିଲ୍ଲାରେ ୧୬ ଜଣ, ଫତେହପୁରରେ ୯ ଜଣ,  ଉନ୍ନାଓରେ ୪ ଜଣ, କାନପୁର ଦେହାତରେ ୩ ଜଣ, ବଦୌନରେ ୫ ଜଣ, ଚନ୍ଦୌଲିରେ ୨ ଜଣ, ସୋନଭଦ୍ରରେ ଜଣଙ୍କ ସମେତ ମୋଟ ୬୦ ଜଣଙ୍କ ଜୀବନ ଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟାର କୌଣସି ତଥ୍ୟ ପ୍ରକାଶ କରି ନାହାନ୍ତି । ତଥ୍ୟ ସଂଗ୍ରହ ପରେ ସରକାର ଆର୍ଥିକ ସହାୟତା ଘୋଷଣା କରିବେ । ପ୍ରଭାବିତ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତଙ୍କୁ ସହାୟତା ପହଞ୍ଚାଇବା କାର୍ଯ୍ୟ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ଆଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ