Masthead

ଖସିଲା ତେଲ ବଢିଲା ସୁନା ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇରାନ ଓ ଆମେରିକା ଶାନ୍ତି ଚୁକ୍ତି ପରେ ଖସିଲା ତେଲ ଦର ବଢିଲା ସୁନା ଦର । ଅନ୍ତର୍ଜାତୀୟ ବଜାରରେ ଖସିଲା ତେଲ ଦର । ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୮୪ ଡଲାର ଖସିଛି । ସେପଟେ ବୃଦ୍ଧି ପାଇଲା ସୁନା ଓ ରୂପା ଦର । ଦେଢ ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧ଲକ୍ଷ ୫୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ୧କେଜି ରୂପା ଦର ୨ ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୭ହଜାର ୯୬୮ଟଙ୍କାକୁ ହ୍ରାସ ପାଇଛି । ଗୋଟେ ଦିନରେ ପ୍ରାୟ ୩.୯ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ବିଶ୍ୱର ପ୍ରାୟ ୨୦ପ୍ରତିଶତ ତେଲ ପରିବହନ ହର୍ମୁଜ ଦେଇ ହୋଇଥାଏ । ଗତ ଫେବୃଆରୀରୁ ବନ୍ଦ ହୋଇ ରହିଛି ହର୍ମୁଜ ପ୍ରଣାଳୀ । ଯଦି ଚୁକ୍ତି ସ୍ୱାକ୍ଷର ହୁଏ ତେବେ ଆଗାମୀ ଦିନରେ ଇରାନରୁ ତେଲ ରପ୍ତାନୀ ବଢିବ ନେଇ ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?