Masthead

୧୪ ଦଫା ଦାବି ନେଇ ଆଶା କର୍ମୀଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

ଉମରକୋଟ(ବଡ଼ ଖବର ବ୍ୟୁରୋ): ୧୪ ଦଫା ଦାବି ନେଇ ବ୍ଳକ ଅଫିସ ସାମ୍ମନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶା କର୍ମୀ। କେନ୍ଦ୍ର ସରକାର ଆଶା କର୍ମୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆଶା କର୍ମୀ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଆଶା କର୍ମୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉମରକୋଟ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଶା କର୍ମୀ କହିଛନ୍ତି ରାଜ୍ୟ ସରକାର ଆଶା କର୍ମୀଙ୍କୁ ଖଟାଉଛନ୍ତି କିନ୍ତୁ କେନ୍ଦ୍ର ସରକାର ପ୍ରାୟ ଦେଢ ବର୍ଷ ତଳୁ ୧ ହଜାର ଟଙ୍କା ଦରମା ବାବଦକୁ ବୃଦ୍ଧି କରିଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି। ଏଥି ସହିତ ମୋବାଇଲ୍ ଫୋନ୍ ରିଚାର୍ଜ ବାବଦକୁ ମିଳୁଥିବା ୨୫୦ ଟଙ୍କା ମଧ୍ୟ ଦେଉନାହାନ୍ତି ରାଜ୍ୟ ସରକାର ।

୧୪ ଦଫା ଦାବି ମଧ୍ୟରେ ପ୍ରତ୍ୟେକ ଆଶା କର୍ମୀଙ୍କୁ ୧୮ ହଜାର ଟଙ୍କା ଦରମା ସାଙ୍ଗକୁ ଅନ୍ୟାନ୍ୟ ଆନୁସାଙ୍ଗୀକ ଖର୍ଚ୍ଚ ଯୋଗାଇ ଦେବା ସହ ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା ଏବଂ ଅବସର କାଳୀନ ଭତ୍ତା ଏବଂ ପେନସନ ଦେବା ବ୍ୟବସ୍ଥା କରିବା ଆଦି ମୁଖ୍ୟ ଦାବି ରହିଛି । ଏପରିକି ଆଶା କର୍ମୀଙ୍କୁ ସରକାରଙ୍କ ବିଭିନ୍ନ ବୀମା ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି। ଏହା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼