Masthead

ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶନିବାର ଉତ୍ତର ଓଡ଼ିଶାର ଅନେକ  ସ୍ଥାନ ଏବଂ ଦକ୍ଷିଣ ଉପକୂଳର କିଛି  ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ଏହାବାଦ୍‌ ଉତ୍ତର,  ପଶ୍ଚିମ ଏବଂ ଉପକୂଳର କିଛି ଘଡ଼ଘଡ଼ି  ସହ ବର୍ଷା, ପବନ ନେଇ ସତର୍କ ସୂଚନା  ଜାରି କରାଯାଇଛି । ଆସନ୍ତା ୨ ଦିନ  ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩  ଡିଗ୍ରୀ ସେଲସିୟସ୍‌ କମିପାରେ । ୨୧/୨୨ରୁ ରାଜ୍ୟରେ  ବର୍ଷା ସାମାନ୍ୟ ବଢ଼ିବ । ୨୫ବେଳକୁ  ସାମାନ୍ୟ କମିବ ।

କିନ୍ତୁ, ୨୭ବେଳକୁ  ପୁଣି ବର୍ଷା ପରିମାଣ ବୃଦ୍ଧି ପାଇବ ।  ଏବେ ଆଉ ଗରମ ବଢ଼ିବନି । କିନ୍ତୁ,  ଗୁଳୁଗୁଳି ରହିବ । ହେଲେ ଗୁଳୁଗୁଳି  ରହିଲେ ବର୍ଷା ଯୋଗୁ ବାତାବରଣ ପୁଣି  ଥଣ୍ଡା ବଢ଼ିବ । ଜୁନ୍‌ ମାସ ଆରମ୍ଭରୁ ଏଯାଏ  ଦେଶରେ ଯେତିକି ବର୍ଷା ହେବା କଥା,  ତା’ଠାରୁ ୪୦% ନିଅଣ୍ଟିଆ ରହିଛି ।  ଓଡ଼ିଶାରେ ବର୍ଷା ପରିମାଣ ଏବେ ବି  ସ୍ୱାଭାବିକ ତୁଳନାରେ ୪୮% କମ୍‌  ରହିଛି । ଆଜି ପ୍ରାୟତଃ ପାଗ ମେଘୁଆ  ଥିଲା । ଭୁବନେଶ୍ୱର, ଚାନ୍ଦବାଲି,  ପାରାଦୀପ, ଝାରସୁଗୁଡ଼ା, ସମ୍ବଲପୁର,  କେନ୍ଦୁଝର, ରାଉରକେଲା, ହୀରାକୁଦ,  ବାଲେଶ୍ୱରରେ ଆକାଶ ସବୁଠାରୁ  ଅଧିକ ମେଘାଚ୍ଛନ୍ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା