Before Header

ଆଜି ନୀଳାଦ୍ରି ମହୋତ୍ସବ

0 32

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ନୀଳାଦ୍ରି ମହୋତ୍ସବ । ୧୦୮ ଗରାରେ ଦାରୁ ଦିଅଁଙ୍କ ହୋଇଛି ଜଳାଭିଷେକ । ବଡ଼ଦେଉଳ ପରମ୍ପରା ଅନୁସାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ବା ନୀଳାଦ୍ରୀ ମହୋତ୍ସବ । ଆଜି ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି ସମ୍ପର୍ଣ୍ଣ ହୋଇଛି । ଗୁରୁବାର ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇ ରହିଥିଲା । ଆଜି ସକାଳ ଧୂପ ଓ ଆଲଟ ଲାଗି ସରିଲା ପରେ ଭିତର ଗମ୍ଭୀରାରେ ପାଣି ପଡ଼ିଛି । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ପଟୁଆରରେ ନେଇ ରତ୍ନସିଂହାସନ ନିକଟରେ ବିଜେ କରିଥିଲେ । ଏହାପରେ ଜଳପୂଜା ଓ ଜଳଲାଗି ବିଧି ସମ୍ପର୍ଣ୍ଣ ହୋଇଛି । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ରୂପେ ଗଣାଯାଏ ।

 

Leave A Reply

Your email address will not be published.