Masthead

ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ହଲଚଲ ଦେଖାଦେଇଛି । ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ବେଳେ ତାହାକୁ ଗ୍ରହଣ କରିଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ଇସ୍ତଫା ପତ୍ର ଦେଇଥିଲେ ଜର୍ଜ । ରାଷ୍ଟ୍ରପତି ଇସ୍ତଫା ପତ୍ର ଗ୍ରହଣ କରି ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଥିଲେ କୁରିଆନ । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ମନ୍ତ୍ରୀପଦରୁ ଗୋଟିଏ ପରେ ଗୋଟେ ମନ୍ତ୍ରୀ ତାଙ୍କର ପଦବୀରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ହାଇକମାଣ୍ଡଙ୍କ ନିର୍ଦ୍ଦେଶ  କ୍ରମେ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ପ୍ରଦାନ କରୁଛନ୍ତି । ୬୫ ବର୍ଷୀୟ କୁରିଆନ ମତ୍ସ୍ୟ, ପଶୁପାଳନ ଓ ଡାଏରୀ ବିଭାଗ ମଧ୍ୟ ସମ୍ଭାଳୁଥିଲେ । ଗତ ୨୧ ତାରିଖରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ପୂରଣ ହେବା ପରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ଉଭୟ ଲୋକସଭା କିମ୍ବା ରାଜ୍ୟସଭାର ସଦସ୍ୟ ହୋଇଥିବା ଦରକାର ।

ଏହା ସମ୍ବିଧାନରେ ପ୍ରଣିତ ରହିଅଛି । ତେବେ କୌଣସି ଗୃହର ବିନା ସଦସ୍ୟରେ ଜଣେ ୬ମାସ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରିବେ । କେରଳର ବରିଷ୍ଟ ବିଜେପି ନେତା ହେଉଛନ୍ତି କୁରିଆନ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସିିଥିଲେ । ହେଲେ ଏଥର ଦଳ ତାଙ୍କୁ ଆଉ ମନୋନିତ କରିନାହିଁ । କେରଳ ବିଧାନସଭାରରେ ବିଜେପିର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦଳ ଆଉ ରାଜ୍ୟସଭା ପ୍ରାର୍ଥୀ କରି ନଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା