Masthead

IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ

ପୁରୀ (ବଡ଼ ଖବର ବ୍ୟୁରୋ): ବସକୁ ବାନ୍ଧିଲା ପୋଲିସ୍ । ଆଇପିଏଲ ବେଟିଂ ରାକେଟରେ ସମ୍ପୃକ୍ତ ରହି ଚଳାଇଥିଲା ସାମ୍ରାଜ୍ୟ ।ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା
ହାତେଇଥିଲା । ୩୨ ବର୍ଷୀୟ ବସ୍ ଓରଫ କ୍ରିଷ୍ଣ ପ୍ରସାଦ ତ୍ରିପାଠୀଙ୍କୁ ଗିରଫ କରିଛି ପୋଲିସ । କ୍ରିଷ୍ଣ ଓରଫ୍ ବସର ବ୍ରହ୍ମପୁରରେ ଘର ଅଛି । ନମସ୍ତେ ନାମକ ଏକ ହୋଟେଲ ମଧ୍ୟ ଅଛି । ତାର ଘର ସର୍ଚ୍ଚ କରି ପ୍ରାୟ ୧୦ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍ । ଆକ୍ସିସ ବ୍ୟାଙ୍କରେ ଥିବା ୮ ଲକ୍ଷ୍ୟ ଟଙ୍କା ଜବତ କରିଛି । ଅନ୍ୟ ଡିଟେଲ୍ସ ଉପରେ ମଧ୍ୟ ପୋଲିସ ଛାନଭିନ କରୁଛି। ବ୍ୟାଙ୍କ୍ ଆକାଉଣ୍ଟ ସହ ତାର ସମ୍ପତ୍ତି, ଏଟିଏମ ଆଦି ସମସ୍ତ ଡିଟେଲ୍ସ ଯାଞ୍ଚ୍ କରୁଛି ପୋଲିସ୍ ।

ତେବେ କ୍ରିଷ୍ଣ ନିଜ ପରିଚୟ ଗୋପନ ରଖି ଏହି କାରବାର କରି ଆସୁଥିଲା । ବସ୍ ନାମରେ ତାକୁ ସମସ୍ତେ ଜାଣିଥିଲେ । ସେ ହିଁ ସଫ୍ଟୱେର ଡେଭେଲପ କରି , ସ୍କାଇ ଏକ୍ସଚେଞ୍ଜ ନାମକ ବେଟିଂ ପ୍ଲାଟଫର୍ମ ମାଧ୍ୟମରେ ଲକ୍ଷ୍ୟ ଲକ୍ଷ ଟଙ୍କା ହାତାଉଥିଲା । ତେବେ ଗତ ଏପ୍ରିଲ ୨୯ ତାରିଖରେ ଆଇପିଏଲ ବେଟିଂ ପାଇଁ ୪ ଜଣଙ୍କୁ ଧରିଥିଲା ପୋଲିସ ।୨୩ ଲକ୍ଷ ୩୫ ହଜାର ଟଙ୍କାର ସମେତ ୩୧ ଲକ୍ଷ ୮୧ହଜାର ୨୪୪ ଟଙ୍କା ଫ୍ରିଜ କରିଥିଲା ପୋଲିସ୍ । ପୁରୀ ମଶାଣି ଚଣ୍ଡୀ ଠାରେ ଏକାଠି ହୋଇ ଚାଲିଥିଲା ବେଟିଂ।

ସ୍କାଇ ଏକ୍ସଚେଞ୍ଜ ବେଟିଂ ପ୍ଲାଟଫର୍ମରେ ବେଟ୍ ଚାଲିଥିଲା ବେଳେ ପୋଲିସକୁ ଦେଖି ଦୌଡି ପଳାଇଥିଲେ ଏକାଧିକ ବ୍ୟକ୍ତି। ମାର୍କଣ୍ଡେଶ୍ୱର ସାହିର ୩୮ ବର୍ଷୀୟ ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ୍ ଲେଙ୍କା, ଚନ୍ଦନପୁର ବୀରପ୍ରତାପପୁରର ରମାକାନ୍ତ ସାହୁଙ୍କୁ ବାନ୍ଧିଛି ପୋଲିସ୍ । ଘଟଣାସ୍ଥଳରୁ ୩ ଲକ୍ଷ ୪ ହଜାର ଟଙ୍କା ସମେତ ୬ ମୋବାଇଲ ଜବତ କରାଯାଇଥିଲା। ପ୍ରସନ୍ନ ପୃଷ୍ଠିଙ୍କ ଘରେ ଚଢାଉ ବେଳେ ୨୨ ଲକ୍ଷ ୩୧ ହଜାର ଟଙ୍କାର କ୍ୟାସ ମିଳିଥିଲା । ଦୁଇ ବର୍ଷ ଧରି ଚାଲିଥିଲା ଏଭଳି ଅବୈଧ ବ୍ୟାପାର କରୁଥିଲେ କିନ୍ତୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣ ଓରଫ ବସକୁ ଧରିବାରେ ସଫଳ ହୋଇ ପାରିନଥିଲା ପୋଲିସ୍। ଶେଷରେ ପୁରୀ ପୋଲିସକୁ ସଫଳତା ମିଳିଛି । ଅଧିକ ଛାନଭିନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା