Masthead

ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲଙ୍କୁ ମିଳିଛି ଆଉ ଗୋଟିଏ ସଫଳତା। ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍‌। ଏବେ ଦିନିକିଆ ରାଙ୍କିଙ୍ଗର ୨ ନମ୍ବର ସ୍ଥାନରେ ଗିଲ ପହଞ୍ଚି ଯାଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ୩ଟିକିଆ ସିରିଜ ବିଜୟ ପରେ ଗିଲଙ୍କୁ ଏପରି ସଫଳତା ମିଳିଛି। ଏହି ସିରିଜରେ ଗିଲ ଦମଦାର ବ୍ୟାଟିଂ କରିଥିଲେ। ଆହତ କାରଣରୁ ବିରାଟ କୋହଲି ଏହି ସିରିଜ ଖେଳି ନଥିଲେ। ଏବେ ଗିଲ ତାଙ୍କୁ ରାଙ୍କିଙ୍ଗରେ ପଛରେ ପକାଇ ଦେଇଛନ୍ତି। ଶୁବମନ ଗିଲ ୭୯୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ପୂର୍ବଭଳି ୧ ନମ୍ବରରେ ରହିଛନ୍ତି। ଗିଲ ଓ ମିଚେଲଙ୍କ ମଧ୍ୟରେ ୨୪ ପଏଣ୍ଟର ବ୍ୟବଧାନ ରହିଛି। ବିରାଟ କୋହଲି ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ବିରାଟଙ୍କ ପଏଣ୍ଟ ସଂଖ୍ୟା ୭୬୮ ରହିଛି। ଟିମ ଇଣ୍ଡିଆନର ଅନ୍ୟତମ ଭେଟରାନ ରୋହିତ ଶର୍ମା ପୂର୍ବଭଳି ୪ର୍ଥ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନର ଇବ୍ରାହିମ ଜଦରାନ ୨ଟି ସ୍ଥାନ ଖସି ୫ମରେ ପହଞ୍ଚିଛନ୍ତି।୬ଷ୍ଠ ସ୍ଥାନରେ ବାବର ଆଜମ, ୭ମରେ ସାଇ ହୋପ, ୮ମରେ ହ୍ୟାରୀ ଟେକ୍ଟର, ୯ମରେ ଚରିଥା ଅସଲଙ୍କା ଓ ୧୦ମ ସ୍ଥାନରେ ହ୍ୟାରୀ ବ୍ରୁକ ରହିଛନ୍ତି। ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ ୧୦ରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟର ନାହାନ୍ତି।

ଆଫଗାନ ବିପକ୍ଷରେ ଭାରତ ପାଇଁ ଗିଲଙ୍କ ବ୍ୟତୀତ ଈଶାନ କିଶନ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ। ଏଥିପାଇଁ ତାଙ୍କ ରାଙ୍କିଙ୍ଗରେ ମଧ୍ୟ ସୁଧାର ଆସିଛି। ସେ ଏକାଥର ୨୧ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ରାଙ୍କିଙ୍ଗର ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ଇଂଲଣ୍ଡ ବ୍ୟାଟର ଜୋ ରୁଟ ପୁଣିଥରେ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି। ନିଜ ଦଳର ସଦସ୍ୟ ବ୍ରୁକଙ୍କୁ ହଟାଇ ସେ ଏହି ସ୍ଥାନ ଦଖଲ କରିଛନ୍ତି। ରୁଟ ବିଶ୍ୱ କ୍ରିକେଟର ଦ୍ୱିତୀୟ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୪ ହଜାର ରନ ଅତିକ୍ରମ କରିଛନ୍ତି। ତାଙ୍କ ଉପରେ କେବଳ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି।ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ ୧୦ରେ କୌଣସି ପରିବର୍ତ୍ତନ ହୋଇନି। ଆଫଗାନର ରାଶିଦ ଖାନ ପୂର୍ବଭଳି ୧ ନମ୍ବରରେ ରହିଛନ୍ତି। କିନ୍ତୁ ଟପ ୧୦ ବାହାରେ ବଡ଼ ପରିବର୍ତ୍ତନ ହୋଇଛି। ଭାରତ ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦରଙ୍କ ରାଙ୍କିଙ୍ଗରେ ଉଥାନ ହୋଇଛି। ଅର୍ଶଦୀପ ୧୬ଟି ସ୍ଥାନ ଉପରକୁ ଉଠି ୨୨, ପ୍ରସିଦ୍ଧ ୩୪ଟି ସ୍ଥାନ ଉଠି ୫୮ ଓ ସୁନ୍ଦର ୧୭ଟି ସ୍ଥାନ ଉଠି ୭୧ତମ ସ୍ଥାନରେ ପହଞ୍ଚିଛନ୍ତି। ବୁମ୍ରାଙ୍କୁ ସମକକ୍ଷ ହେଲେ ହେନରୀ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ତ ଜିତି ସିରିଜକୁ ୧-୧ କରି ଦେଇଛି। ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲୀ ମ୍ୟାଟ ହେନରୀ। ଏଥିପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ତାଙ୍କୁ ବଡ଼ ଫାଇଦା ମିଳିଛି। ସେ ଦ୍ୱିତୀୟ ଟେଷ୍ଟରେ ୧୧ଟି ୱିକେଟ ନେଇଥିଲେ। ଏହି ସଫଳତା ପରେ ସେ ଭାରତର ଯଶପ୍ରୀତ ବୁମ୍ରାଙ୍କ ସମକକ୍ଷ ହୋଇଛନ୍ତି।

ବୁମ୍ରାଙ୍କ ପଏଣ୍ଟ ୮୭୦ ଥିବା ବେଳେ ହେନରୀ ମଧ୍ୟ ସମାନ ୮୭୦ ପଏଣ୍ଟ ପାଇଛନ୍ତି। କିନ୍ତୁ ସେ ୬ଟି ସ୍ଥାନ ଉପରକୁ ଉଠି ୧ ନମ୍ବରରେ ରହିଛନ୍ତି। କାରଣ ଏବେ ସେ ଟେଷ୍ଟ ସିରିଜ ଖେଳୁଛନ୍ତି। କିନ୍ତୁ ବୁମ୍ରା ଖେଳୁ ନାହାନ୍ତି। ତେଣୁ ଆଇସିସି ରାଙ୍କିଙ୍ଗରେ ହେନରୀ ୧ ନମ୍ବରରେ ଓ ବୁମ୍ରା ତାଙ୍କ ତଳେ ରହିଛନ୍ତି। ହେଲେ ଉଭୟଙ୍କ ପଏଣ୍ଟ ସଂଖ୍ୟା ସମାନ।୨୦୨୪ ନଭେମ୍ବର ମାସରୁ ବୁମ୍ରା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ହଟାଇ ୧ ନମ୍ବର ସ୍ଥାନରେ ରହିଥିଲେ। ହେଲେ ଏବେ ହେନରୀ ତାଙ୍କୁ କିଛି ମାତ୍ରାରେ ଚ୍ୟାଲେଞ୍ଜ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା