Masthead

ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବକୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବଡ଼ ଖବର ପାଳନ କରିବ ତା’ର ପୁନର୍ଜନ୍ମ ଉତ୍ସବ। ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବଡ଼ ଖବରକୁ ଭଲପାଉଥିବା ସମସ୍ତେ ଯୋଗ ଦେବାକୁ ବଡ଼ ଖବର ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମର ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଉପସ୍ଥିତ ରହିବେ । ଏହା ସହ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଯୋଗ ଦେବେ । ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ସମ୍ପାଦକ ସମ୍ପଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେବେ । ଏହା ସହ ସେ ବଡ଼ ଖବର ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ମଧ୍ୟ ଗ୍ରହଣ କରିବେ ।

ବଡ଼ ଖବର ହେଉଛି ଲୋକଙ୍କ ଚ୍ୟାନେଲ, ସବୁବେଳେ ସାଧାରଣ ଲେକମାନେ ହିଁ ବଡ଼ ଖବରକୁ ସାହାଯ୍ୟ ସହଯୋଗ କରିଆସିଛନ୍ତି । ସୁଖ ଦୁଃଖରେ ଛିଡ଼ା ହୋଇଛନ୍ତି । ତେଣୁ ଆମେ ଆମ ଉତ୍ସବରେ ସବୁବେଳେ ସାଧାରଣ ଜନତାଙ୍କ ପ୍ରତିନିଧି ଭାବେ ଜଣଙ୍କୁ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମକୁ ଗୌରବାନ୍ୱିତ କରିବାକୁ ଅନୁରୋଧ କରିଥାଉ । ଏଥର ସାଧାରଣ ଲୋକଙ୍କ ପ୍ରତିନିଧି ଭାବରେ ହେମନ୍ତ ମହାନ୍ତି ଉପସ୍ଥିତ ରହି  ମଂଚର ଗରିମାକୁ ବୃଦ୍ଧି କରିବେ । ଆପଣ ସମସ୍ତେ ଜାଣିଛନ୍ତି ବଡ଼ ଖବର କେଉଁଭଳି ଭାବେ ଘାତ ପ୍ରତିଘାତ ଦେଇ ଆଗକୁ ବଢୁଛି ।

ତେଣୁ ଏଥର ଆମେ ଏହି ବଡ଼ ଖବରର ସ୍ୱନକ୍ଷତ୍ର ଉତ୍ସବକୁ ପୁନର୍ଜନ୍ମ ବୋଲି ନାମକରଣ କରିଛୁ । ଯେଉଁଠି ଏକ ନୂଆ ରୂପରେ ପୁଣି ଜନ୍ମ ହେବୁ ବୋଲି ଆଶା ରଖିଛୁ ।  ଆପଣମାନଙ୍କ ମାଗଦର୍ଶନ ଓ ଉତ୍ସାହ ଆମକୁ ନିହାତି ଆବଶ୍ୟକ ରହିଛି । ତେଣୁ ଆପଣମାନେ ନିଶ୍ଚିତ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଯାହା ଜୟଦେବ ଭବନର ପଛପଟେ ଅବସ୍ଥିତ, ସେଠାରେ ସନ୍ଧ୍ୟା ୫ଟା ସୁଦ୍ଧା ପହଂଚିବାକୁ ବଡ଼ ଖବର ପକ୍ଷରୁ ଅନୁରୋଧ କରାଯାଉଛି । ଅପଣଙ୍କ ଅପେକ୍ଷାରେ ବଡ଼ ଖବର ପରିବାର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ