ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବକୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବଡ଼ ଖବର ପାଳନ କରିବ ତା’ର ପୁନର୍ଜନ୍ମ ଉତ୍ସବ। ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବଡ଼ ଖବରକୁ ଭଲପାଉଥିବା ସମସ୍ତେ ଯୋଗ ଦେବାକୁ ବଡ଼ ଖବର ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମର ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଉପସ୍ଥିତ ରହିବେ । ଏହା ସହ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଯୋଗ ଦେବେ । ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ସମ୍ପାଦକ ସମ୍ପଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେବେ । ଏହା ସହ ସେ ବଡ଼ ଖବର ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ମଧ୍ୟ ଗ୍ରହଣ କରିବେ ।

ବଡ଼ ଖବର ହେଉଛି ଲୋକଙ୍କ ଚ୍ୟାନେଲ, ସବୁବେଳେ ସାଧାରଣ ଲେକମାନେ ହିଁ ବଡ଼ ଖବରକୁ ସାହାଯ୍ୟ ସହଯୋଗ କରିଆସିଛନ୍ତି । ସୁଖ ଦୁଃଖରେ ଛିଡ଼ା ହୋଇଛନ୍ତି । ତେଣୁ ଆମେ ଆମ ଉତ୍ସବରେ ସବୁବେଳେ ସାଧାରଣ ଜନତାଙ୍କ ପ୍ରତିନିଧି ଭାବେ ଜଣଙ୍କୁ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମକୁ ଗୌରବାନ୍ୱିତ କରିବାକୁ ଅନୁରୋଧ କରିଥାଉ । ଏଥର ସାଧାରଣ ଲୋକଙ୍କ ପ୍ରତିନିଧି ଭାବରେ ହେମନ୍ତ ମହାନ୍ତି ଉପସ୍ଥିତ ରହି  ମଂଚର ଗରିମାକୁ ବୃଦ୍ଧି କରିବେ । ଆପଣ ସମସ୍ତେ ଜାଣିଛନ୍ତି ବଡ଼ ଖବର କେଉଁଭଳି ଭାବେ ଘାତ ପ୍ରତିଘାତ ଦେଇ ଆଗକୁ ବଢୁଛି ।

ତେଣୁ ଏଥର ଆମେ ଏହି ବଡ଼ ଖବରର ସ୍ୱନକ୍ଷତ୍ର ଉତ୍ସବକୁ ପୁନର୍ଜନ୍ମ ବୋଲି ନାମକରଣ କରିଛୁ । ଯେଉଁଠି ଏକ ନୂଆ ରୂପରେ ପୁଣି ଜନ୍ମ ହେବୁ ବୋଲି ଆଶା ରଖିଛୁ ।  ଆପଣମାନଙ୍କ ମାଗଦର୍ଶନ ଓ ଉତ୍ସାହ ଆମକୁ ନିହାତି ଆବଶ୍ୟକ ରହିଛି । ତେଣୁ ଆପଣମାନେ ନିଶ୍ଚିତ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଯାହା ଜୟଦେବ ଭବନର ପଛପଟେ ଅବସ୍ଥିତ, ସେଠାରେ ସନ୍ଧ୍ୟା ୫ଟା ସୁଦ୍ଧା ପହଂଚିବାକୁ ବଡ଼ ଖବର ପକ୍ଷରୁ ଅନୁରୋଧ କରାଯାଉଛି । ଅପଣଙ୍କ ଅପେକ୍ଷାରେ ବଡ଼ ଖବର ପରିବାର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!