ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (ousssc) ପକ୍ଷରୁ ଆସିଲା ଏକ ବଡ ସୂଚନା । ଚଳିତ ବର୍ଷ ଅକ୍ଟୋବର ମାସରେ ହେବ ସବ୍ – ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା । କମିଶନ ସ୍ପଷ୍ଟ କରିଛି ଯେ, ପ୍ରଶ୍ନ ପତ୍ର ଲିକ୍ ଘଟଣା ଯୋଗୁଁ ପୂର୍ବରୁ ପରୀକ୍ଷା ଦେଇପାରି ନ ଥିବା ପରୀକ୍ଷାଥିମାନଙ୍କୁ ଅଗାମୀ ପରୀକ୍ଷାରେ ସାମିଲ ହେବାର ସୁଯୋଗ ଦିଆଯିବ । ଅଧିକାରୀମାନଙ୍କ କହିବା ଅନୁସାରେ ନିଯୁକ୍ତି ପ୍ରକ୍ରିୟାରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟ ରଖିବା ଉଦେ୍ଦଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । କୌଣସି ଯୋଗ୍ୟପ୍ରାର୍ଥୀ ଯେପରି ପରୀକ୍ଷା ଦେବା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି । ରାଜ୍ୟର ହଜାର ହଜାର ଚାକିରି ଆସାୟୀଙ୍କ ପାଇଁ ଏହି ଏସଆଇ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କମିଶନ କହିଛନ୍ତି ଯେ, ସଂଶୋଧିତ ପରୀକ୍ଷା ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ପ୍ରର୍ଥୀମାନଙ୍କୁ ସେହି ଅନୁଯାଇ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଭବିଷ୍ୟତରେ ଏଭଳି ଅନିୟମିତତା ଯେପରି ଆଉ ନ ଘଟେ, ସେଥିପାଇଁ କଡା ପଦକ୍ଷେପ ନିଆଯାଉଥିବା କଥା ମଧ୍ୟ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।
