Masthead

ବାବୁ ଯାହା ଭାବୁଛନ୍ତି, ସେବକ ତାହା କହୁଛନ୍ତି: ଦର୍ଶନ ବନ୍ଦ ସୁଚିନ୍ତିତ ପ୍ଲାନ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ମଙ୍ଗୁନାହାନ୍ତି ସରକାରୀ ବାବୁମାନେ । ଆଗକୁ କାର୍ତ୍ତିକ ମାସ, ହବିଷ ପୁଣି ତା’ ସାଙ୍ଗକୁ ରହିଛି ନାଗାର୍ଜୁନ ବେଶ । ୨୬ବର୍ଷ ପରେ ଏହି ବେଶ ପଡ଼ୁଥିବାରୁ ପ୍ରବଳ ଭକ୍ତ ସମାଗମ ହେବା ନିଶ୍ଚିତ । କୋଭିଡ୍ ଭଳି ସ୍ଥିତିରେ ଏତେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ତେଣେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପାନରୁ ଚୂନ ଖସିଲେ, ସରକାରଙ୍କ ଭାବମୂର୍ତ୍ତି ମଳିନ ପଡ଼ିଯିବ । ଆଗକୁ ନିର୍ବାଚନ ଆସୁଛି ।

ଶ୍ରୀମନ୍ଦିରରେ ଭକ୍ତ ବା ରାଜ୍ୟର ବିଭିନ୍ନ କୋଣରୁ ଆସୁଥିବା ଭକ୍ତଙ୍କର ସମସ୍ୟାକୁ ନେଇ ବିରୋଧୀ ଇସ୍ୟୁ କରିଦେବେ । ତେଣୁ କାଦୁଅକୁ ଯିବେ କାହିଁକି, ଗୋଡ଼ ଧୋଇବେ କାହିଁକି ନ୍ୟାୟରେ ଅନ୍ତତଃ ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇ ପାରିଲେ ଭଲ ବୋଲି ସରକାରୀ ବାବୁମାନେ ଯୋଜନା କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଦର୍ଶନ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ତେଣୁ ସରକାରୀ ବାବୁମାନଙ୍କ ଭାବନାକୁ ତାଳ ଦେଇ ମତ ଦେଉଛନ୍ତି ସେବକମାନେ ।

୯ ତାରିଖ ୪ଟି ପ୍ରମୁଖ ନିଯୋଗ ସହ ଆଲୋଚନା କରିଥିଲେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ । ସେହି ଆଲୋଚନା ବେଳେ ବାବୁମାନେ ଯାହା ଭାବୁଛନ୍ତି, ତାହାହିଁ ସେବକ ପ୍ରତିନିଧିମାନେ କହିଛନ୍ତି । ଅନ୍ତତଃ ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖିବାକୁ କହିଛନ୍ତି । ବାବୁମାନଙ୍କ ଭାବନା ଓ ସେବକ ପ୍ରତିନିଧିମାନଙ୍କ ମତ ମଧ୍ୟରେ ଏତେ ସମନ୍ୱୟ ଦେଖି ଭକ୍ତମାନେ ଚିନ୍ତାରେ ପଡ଼ିଛନ୍ତି । ବାସ୍ତବରେ ସେବକମାନେ ଚାହୁଁନାହାନ୍ତି ନା ସରକାର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ