Masthead

ପିଟିପିଟି ମାରିଦେଲେ, ନଦୀରେ ଭସେଇଦେଲେ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ନୟାଗଡ଼ରେ ଚାଞ୍ଚଲ୍ୟ । ଯୁବକକୁ ମାଡ଼ ମାରି ହତ୍ୟା କରି ନଦୀରେ ଭିଙ୍ଗି ଦେଲେ ମୃତଦେହ । ନିଖୋଜ ଯୁବକ ଅଭିମନ୍ୟୁ ସାହୁଙ୍କ ମୃତ ଦେହ ଡାହୁକା ନଦୀରୁ ମିଳିଛି। ଗାଁ ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସଦର ଥାନା ଡାଳିମ୍ବମଡା ଗାଁର ଅଭିମନ୍ୟୁ ସାହୁଙ୍କୁ ଗାଁ କୋଠ ଘରେ କିଛି ଯୁବକ ମାଡ଼ ମାରିବା ସହ ଲୁହା ରାଡ଼ରେ ଆକ୍ରମଣ କରି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇ ନିଖୋଜ ରୂପ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ଅଭିମନ୍ୟୁଙ୍କ ପରିବାର ଲୋକ ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅଭିମନ୍ୟୁ ସାହୁଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ମାନେ ୩ ବର୍ଷ ଏକଘରିକିଆ କରି ରଖିବା ସହ ଗାଁରେ ବାସନ୍ଦ କରିଥିଲେ । ଅଭିମନ୍ୟୁ ଗାଁ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବାରୁ ଏହାକୁ କେନ୍ଦ୍ର କରି ଗତ ରବିବାର ଅଭିମନ୍ୟୁ ସାହୁଙ୍କୁ ନିକଟସ୍ଥ ଗାଁରୁ ଅପହରଣ କରି ଡାଳିମ୍ବମଡା ଗାଁ କୋଠ ଘରେ ହତ୍ୟା କରି ନଦୀରେ ଫୋପାଡ଼ି ଦେଇଥିଲେ। ଅଭିମନ୍ୟୁ ସାହୁଙ୍କୁ ଯେଉଁ ସ୍ଥାନରେ ଆକ୍ରମଣ କରାଯାଇଛି ସେହି ସ୍ଥାନରେ ରକ୍ତ ଛିଟା ପଡିଛି।

ଘଟଣାସ୍ଥଳରୁ ପୋଲିସ ଲୁହା ରଡ଼ ଏବଂ ଅଭିମନ୍ୟୁ ପିନ୍ଧି ଥିବା ସାର୍ଟକୁ ଜବତ କରିବା ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ଡାଳିମ୍ବ ମଡା ଗାଁ ପୁରୁଷ ଶୂନ୍ୟ ହୋଇଛି। ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ମୃତ ଅଭିମନ୍ୟୁ ସାହୁଙ୍କ ପରିବାର ସହ ଗାଁର ଅନ୍ୟ ୫ଟି ପରିବାରକୁ ଗାଁ ଲୋକମାନେ କାଙ୍ଗାରୁ କୋର୍ଟ କରି ବାସନ୍ଦ ରଖିଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ