Masthead

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାପାଳମାନଙ୍କୁ ସର୍ତକ କରାଉଛି ଏସଆରସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ ରୁ ୨୭ ତାରିଖ ପର୍ୟ୍ୟନ୍ତ ବର୍ଷା ହେବ । ଲଘୁଚାପ ଥିବାରୁ  ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତା ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସର୍ତକ କରାଯାଇଛି । ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବା ସହିତ ଜିଲ୍ଲା ପ୍ରଶାସନ ମାନେ ପ୍ରସ୍ତୁତ ହୋଇ ଅଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥା ହେବା ସହିତ । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ୱାଭାବିକ ବର୍ଷା ହୋଇଥିବା ମଧ୍ୟ ସେ କହିଛନ୍ତି । ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା ୩ ରୁ ୪ ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଚାଷ କାର୍ୟ୍ୟ ଠିକ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ କିଛି ଅସୁବିଧା ନଥିବା ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା