Masthead

ମିଜୋରାମରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ସଙ୍କଟ

ଆସାମ (ବଡ଼ ଖବର ବ୍ୟୁରୋ): ଆସାମ ଏବଂ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦର ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦୁଇ ରାଜ୍ୟ ସରକାର ରାଜି ହୋଇଛନ୍ତି। କିନ୍ତୁ ଆସାମ ଏବେ ମିଜୋରାମକୁ ଔଷଧ ପଠାଉନଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ବେଳେ ଆସାମରୁ ଔଷଧ ମିଳୁନଥିବାରୁ ମିଜୋରାମ ଡ୍ରଗ୍ସ ଆସୋସିଏସନର ଚିନ୍ତା ବଢିଯାଇଛି । ସ୍ଥିତି ସ୍ୱାଭାବିକ କରିବା ପାଇଁ ମିଜୋରାମ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ମିଜୋରାମର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି । ମିଜୋରାମକୁ ଔଷଧ ନଆସିବା ପଛରେ ଆସାମ ସରକାର ମୁଖ୍ୟ ବାଧକ ସାଜିଛନ୍ତି ।

ଆସୋସିଏସନ ଦାବି କରିଛି ଯେ ‘ସୁରକ୍ଷା ନାମରେ ଆସାମ ସରକାର ନିଜ ପୁଲିସର ସହାୟତାରେ ଗୌହାଟିରେ ସମସ୍ତ ପରିବହନକାରୀଙ୍କୁ ୨୯ ଜୁଲାଇରୁ ଅଟକ ରଖିଛନ୍ତି। ମିଜୋରାମକୁ ଯେମିତି କୌଣସି ସାମଗ୍ରୀ କିମ୍ବା ଔଷଧ ନଆସିବ ସେ ନେଇ ବ୍ୟବସ୍ଥା ହୋଇଛି। କୋଭିଡ୍ ଭଳି ପରିସ୍ଥିତିରେ ଆସାମ ପ୍ରାଣ ରକ୍ଷାକାରୀ ଔଷଧକୁ ମିଜୋରାମକୁ ଛାଡୁ ନାହିଁ। ତେଣୁ ରାଜ୍ୟରେ ଏବେ ଆଉ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶ କରାଯାଉଛି । ମିଜୋରାମରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ହୋଇ ନାହିଁ। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ହେବା ଦରକାର ବୋଲି ଆସୋସିଏସନ ସରକାରଙ୍କୁ ନିବେଦନ କରିଛି। ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଆର ଲାଲଥାଙ୍ଗଲିଆନା କହିଛନ୍ତି, ସୀମା ବିବାଦ ପରେ ବାରକ ଉପତ୍ୟକା ଅଞ୍ଚଳରେ ଅବରୋଧ ହେତୁ କରୋନା ଟେଷ୍ଟ କିଟ୍ ସମେତ ଚିକିତ୍ସା ସାମଗ୍ରୀ ଆସାମରୁ ଆସୁ ନାହିଁ।

ଜୁଲାଇ ୨୬ରେ ଘଟିଥିବା ସୀମାରେ ରକ୍ତାକ୍ତ ସଂଘର୍ଷ ଘଟଣାକୁ ସୁପ୍ରିମକୋର୍ଟକୁ ନେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି । ରକ୍ତାକ୍ତ ସଂଘର୍ଷ ଘଟଣାର ତଦନ୍ତ କରିବାକୁ ମିଜୋରାମ ସରକାର ଅନୁମତି ଦେଉ ନଥିବାରୁ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେଣେ ଦୁଇ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆସାମ ସରକାର ମିଜୋରାମକୁ ଅତ୍ୟାବଶ୍ୟକ ସାମଗ୍ରୀ ଛାଡୁ ନଥିବାରୁ ବିଷମ ପରିସ୍ଥିତି ଉପୁଜିଛି ।

ଆକାଶମାର୍ଗରୁ ଏରିଏଲ୍ ସର୍ଭେ କରାଯାଇ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ ହେବ ବୋଲି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଦୁଇ ରାଜ୍ୟର ଜନସାଧାରଣ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ରାଜ୍ୟର ସୀମା ସହିତ ୩୦୬ ନମ୍ବର ଜାତୀୟ ରାଜପଥରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମୁତୟନ ହୋଇଛନ୍ତି । ତଥାପି ଆସାମ ଯୋଗୁଁ ମିଜୋରାମରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ସଙ୍କଟ ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା