ଇଣ୍ଡୋନେସିଆ ଆକାଶରେ ଗର୍ଜିବ ଭାରତର ‘ବ୍ରହ୍ମୋସ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ । ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ସମ୍ମାନିତ ହେଲେ ମୋଦି । ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନକୁ ସେ କୋଟି କୋଟି ଭାରତବାସୀଙ୍କୁ ସମର୍ପଣ କରିଛନ୍ତି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ “ବିତାଙ୍ଗ ଆଦିପୂର୍ଣ୍ଣା” ଇଣ୍ଡୋନେସିଆ ପଦକରେ ସମ୍ମାନିତ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମତେ ଅତ୍ୟନ୍ତ ସ୍ନେହ ଓ ସମ୍ମାନର ସହ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ କୋଟି କୋଟି ଭାରତବାସୀଙ୍କର । ଏହା ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ଥିବା ଐତିହାସିକ ଓ ଗଭୀର ସମ୍ପର୍କର ପ୍ରତିଫଳନ । ଏହି ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତି ପ୍ରବୋୱୋ ଏବଂ ଏଠାକାର ଜନ ସାଧାରଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସେପଟେ ଏହି ଗସ୍ତ ସମୟରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ ଚୁକ୍ତି ହୋଇଛି । ଯେଉଁଥିରେ ଇଭିଏମ୍ ନିର୍ମାଣରେ ସହାୟତା, କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ପ୍ରତିରକ୍ଷା ଓ ରଣନୀତି ସମ୍ପର୍କ କ୍ଷେତ୍ରରେ ଏସିଆ ମହାଦେଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ସୁପରସୋନିକ କ୍ରୁଜ୍ ସିସାଇଲ ‘ବ୍ରହ୍ମୋସ’କୁ ନେଇ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ମଙ୍ଗଳବାର ମୋଦି ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ