Masthead

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଣିପୁର ନିଆଁ, ଛାତ୍ରଙ୍କୁ ଆକ୍ରମଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି ମଣିପୁର ହିଂସା । ୟୁନିଭର୍ସିଟିର ଉତ୍ତର କ୍ୟାମ୍ପସରେ ମଣିପୁର ଛାତ୍ରଙ୍କ ଉପରେ ହୋଇଛି ଆକ୍ରମଣ । କୁକି ସମ୍ପ୍ରଦାୟର ଛାତ୍ରମାନଙ୍କୁ ମୈତେଇ ଗୋଷ୍ଠୀର ଛାତ୍ରମାନେ ଆକ୍ରମଣ କରିଥିଲେ। ୬ ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୌରିସ ନଗର ଥାନାରେ ଏତଲା ରୁଜୁ ପାଇଁ ଯାଇଥିେଲେ। କିନ୍ତୁ ପୁଲିସ ସେମାନଙ୍କ ଏତଲା ନରଖିବାରୁ ସେମାନେ ଥାନା ବାହାରେ ଆନ୍ଦୋଳନରେ ବସିଥିଲେ। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହୁଛି। ଘଟଣାରେ ମଧ୍ୟ କିଛି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତେବେ ମଣିପୁରରେ ହିଂସା ଅନ୍ୟ ସ୍ଥାନକୁ ବ୍ୟାପିବା ଚିନ୍ତାଜନକ ହୋଇଛି। ବର୍ତମାନ ସୁଧା ହିଂସାରେ ୫୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ହିଂସାଜନିତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବେସରକାରୀ ତଥ୍ୟରୁ ଜଣାପଡ଼ିଛି। ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହିଂସାକୁ ନେଇ ଶନିବାର ରାଜନୈତିକ ଦଳ ମାନଙ୍କର ଏକ ବୈଠକ ବସିଥିଲା । କଂଗ୍ରେସ, ଏନ୍‌ପିଏଫ, ଏନପିପି, ସିପିଏମ, ଆପ୍‌ ଏବଂ ଶିବସେନା ସମେତ ଅନ୍ୟ ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଘଟଣାକୁ ନେଇ ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରିଜିଜୁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ