Before Header

କୋଭିଡର ରାମବାଣ ଟୁ-ଡିଜି

0 27

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ଆଜିଠୁ ବଜାରରେ ବିକ୍ରି ହେବ । ପ୍ରତିରକ୍ଷା ମନ୍ତ୍ରୀ ରାମନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୧୦ ହଜାର ପ୍ୟାକେଟ୍ ବଜାରକୁ ଛଡ଼ାଯାଇଛି। ଦିଲ୍ଲୀସ୍ଥିତ ଡିଆରଡ଼ିଓ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ଏହି ଔଷଧ ପ୍ରଦାନ କରାଯାଇଛି । ଡିଆରଡିଓ ଓ ଡକ୍ଟର ରେଡ୍ଡି କଂପାନୀ ମିଳିତ ଭାବେ ଏହି ଔଷଧ ବାହାର କରିଛନ୍ତି। ଡିଆରଡିଓର ବୈଜ୍ଞାନିକ ଡ. ଅନନ୍ତ ନାରାୟଣ ଭଟ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଟୁ-ଡିଜି ଔଷଧ ବାହାର କରିଛନ୍ତି। ପ୍ୟାକେଟରେ ଆସୁଥିବା ପାଉଡର ଆକାରର ଏହି ଔଷଧକୁ ପାଣିରେ ଗୋଳାଇ ପିଇହେବ। ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧକୁ ବ୍ୟବହାର କରାଯାଇପାରିବ।

ଏହା ଅକ୍ସିଜେନ୍ ବ୍ୟବହାର ଉପରେ ନିର୍ଭରତାକୁ ମଧ୍ୟ ହ୍ରାସ କରାଇବ ବୋଲି କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି। ପୂର୍ବରୁ ଡିସିଜିଆଇ ଏହାର ପ୍ରଚଳନକୁ ଅନୁମତି ପ୍ରଦାନ କରିଥିଲା। ଭାରତରେ ଏବେ ସଂକ୍ରମଣ ଗମ୍ଭୀର ସ୍ଥିତିରେ ଥିବା ବେଳେ ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଅଧିକ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ କିନ୍ତୁ ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ସେମାନଙ୍କୁ ଆଜିଠାରୁ ଏହି ଔଷଧ ଦିଆଯିବ । ବୈଜ୍ଞାନିକ ମାନଙ୍କର ଗବେଷଣା ଓ କଠିନ ପରିଶ୍ରମ ପରେ ଭାରତ କରୋନା ବିରୁଦ୍ଧରେ ଏହି ଔଷଧ ପ୍ରସ୍ତୁତ କରିଛି । ଯାହା ଲୋକଙ୍କୁ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଟୁ-ଡିଜି କ’ଣ ?

ଔଷଧ ଟୁ-ଡିଜିର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ୍ ଆଜି ଲଞ୍ଚ କରାଯାଇଛି । ଡିଆରଡିଓ ଅଧିକାରୀ କହିଛନ୍ତି ଯେ ଏହି ଔଷଧ ରୋଗୀଙ୍କ ଶୀଘ୍ର ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ ଓ ଅକ୍ସିଜେନ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଭବିଷ୍ୟତରେ ଏହାର ବ୍ୟବହାର ପାଇଁ ଡ୍ରଗ୍ ଉତ୍ପାଦନକାରୀମାନେ ଔଷଧର ଉତ୍ପାଦନ କରିବାକୁ କାର୍ୟ୍ୟ କରୁଛନ୍ତି । ଏହି ଔଷଧ ବ୍ୟବହାର ପରେ ସ୍ଥିତି ପରିଖିବା ପାଇଁ ମେଡିସିନ୍ ଡାକ୍ତର ଅନନ୍ତ ନାରାୟଣ ଭଟ୍ଟଙ୍କ ସହ ବୈଜ୍ଞାନିକମାନଙ୍କର ଏକ ଟିମ୍ ଗଠନ କରାଯାଇଛି । ଏହି ଔଷଧ ଫେସ୍ ୨ ଓ ଫେସ୍ ୩ ର କ୍ଲିନିକାଲ୍ ପରୀକ୍ଷଣରେ ବହୁତ ଭଲ ପ୍ରଦର୍ଶନ କରିଛି ।

ମେ’ ରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ପରୀକ୍ଷଣରେ ଏହି ଔଷଧ କୋଭିଡ ରୋଗୀଙ୍କ ଉପରେ କାମ କରିଥିଲା ଓ ଏହା ମଧ୍ୟ ସୁରକ୍ଷିତ ଥିଲା । ଔଷଧର ବ୍ୟବହାର ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ଦିନ ମଧ୍ୟ କମ୍ ଥିଲା ଓ ଅକ୍ସିଜେନ ସହାୟତା ନେବା ଆବଶ୍ୟକ ନଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଔଷଧ ଏକ ପ୍ରକାର ସୁଡୋ ଗ୍ଲୁକୋଜ୍ ମୋଲେକଲ, ଯାହା କରୋନା ଭୂତାଣୁ ବୃଦ୍ଧିକୁ ରୋକିଥାଏ । ଏହି ଔଷଧ ଦୁନିଆର ଅଳ୍ପ କିଛି ଔଷଧ ମଧ୍ୟରୁ ଗୋଟିଏ ହୋଇପାରିଛି । ଯାହାକି କୋଭିଡକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଆଣ୍ଟିକୋଭିଡ ଔଷଧର ମଇରେ ଅପୁମୋଦନ କରିଛି । ୮ ଜରୁରୀକାଳୀନ ବ୍ୟବହାରକୁ ପାଟି ଦ୍ୱାରା ନିଆଯାଇଥିବା ଏହି ଔଷଧକୁ କରୋନା ଭୁତାଣୁର ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏକ ସହାୟକ ପଦ୍ଧତି ଭାବରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

 

Leave A Reply

Your email address will not be published.