ପଞ୍ଜାବ କିଙ୍ଗ୍ସକୁ ୯ ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବକୁ ରୋମାଞ୍ଚକ ଭାବେ ୯ ରନ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ ଜିତିନେଇଛି। ସପ୍ତମ ମ୍ୟାଚ୍‌ରୁ ମୁମ୍ବାଇ ତୃତୀୟ ବିଜୟ ସହ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଘରୋଇ ପଞ୍ଜାବ କିଙ୍ଗ୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ନବମ ସ୍ଥାନକୁ ଖସିଯାଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍‌ରା ଓ ଗେରାଲ୍ଡ କୋଏତ୍‌ଜେ ମିଳିତ ଭାବେ ୮ ଓଭରରେ ୫୩ ରନ୍ ବିନିମୟରେ ୬ ୱିକେଟ୍‌ ଦଖଲ କରି ମୁମ୍ବାଇକୁ ନିହାତି ଆବଶ୍ୟକ ବିଜୟ ଦେଇଛନ୍ତି। ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ପାଇଁ ଦୁଇ ଯୁବ ଭାରତୀୟ ଆଶୁତୋଷ ଶର୍ମା ୬୧ ରନ୍ ଓ ଶଶାଙ୍କ ସିଂହ ୪୧ ରନ୍ ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ। ବୁମ୍‌ରା ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପକ୍ଷରୁ ଈଶାନ କିଶନ ୮ ରନ୍ କରି ସଅଳ ଆଉଟ୍ ହୋଇଯାଇଥିଲେ। ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଦ୍ବିତୀୟ ୱିକେଟ୍‌ ପାଇଁ ୮୧ ରନ୍ ଭାଗୀଦାରି କରିଥିଲେ । ତେବେ ରନ୍ ଗତି ବଢ଼ିବା ପୂର୍ବରୁ ଉଭୟଙ୍କୁ ଦ୍ରୁତ ବୋଲର ସାମ କରନ୍‌ ଆଉଟ୍ କରି ଅଙ୍କୁଶ ଲଗାଇଥିଲେ। ଉଭୟ କିନ୍ତୁ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିବା ସୂର୍ୟ୍ୟକୁମାର ୩୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ୨୫ ବଲ୍‌ରୁ ୩୪ ରନ୍ ଏବଂ ସୂର୍ୟ୍ୟ ୫୩ ବଲ୍‌ରୁ ୭୮ ରନ୍ ସଂଗ୍ରହ କରି ପ୍ୟାଭିଲିଅନ୍‌ ଫେରିବା ପରେ ତିଳକ ବର୍ମା ୩୪ଞ୍ଚ ରନ୍ ଦଳକୁ ୧୯୨ ରନ୍‌ରେ ପହଞ୍ଚାଇଥିଲେ।ସେପଟେ ଶେଷ ଓଭରରେ ହର୍ଷଲ ପଟେଲ ୨ ୱିକେଟ୍ ଦଖଲ କରିବା ସହ ୩ ୱିକେଟ୍‌ର ପତନ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୦ ରନ୍ ଅତିକ୍ରମ କରିପାରି ନଥିଲା। ହର୍ଷଲ ପଟେଲ୍ ସଫଳତମ ବୋଲର ଥିବାବେଳେ ସାମ୍‌ କରନ୍ ଏବଂ କାଗ‌ସୋ ରବାଡ଼ା ୩ ୱିକେଟ୍ ବାଣ୍ଟି ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ