Before Header

ଆଜି ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ

0 44

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବିଶିଷ୍ଟ ଲେଖିକା, ସମାଜସେବୀ, ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହେବ । ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଦିଲ୍ଲୀରୁ ଆସି ପହଞ୍ଚିବା ପରେ ଗୀତା ମେହେଟ୍ଟାଙ୍କର ଅନ୍ତିମ ସଂସ୍କାର କରାଯିବ । ଗୀତା ମେହେଟ୍ଟାଙ୍କ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିବାକୁ ଦିଲ୍ଲୀରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଥିଲେ ଗୀତା ମେହେଟ୍ଟା ।

Leave A Reply

Your email address will not be published.